ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ଜାତିସଙ୍ଘସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ହ୍ୟାକ୍ କରାଯାଇଥିଲା। ଅବଶ୍ୟ କିଛି ସମୟ ପରେ ତାହା ପୁଣି ପୂର୍ବାବସ୍ଥାକୁ ଚାଲି ଆସିଥିଲା।
ସାଇବର୍ ଆକ୍ରମଣକାରୀମାନେ ଜାତିସଙ୍ଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟେଦ୍ ଅକବରଉଦ୍ଦିନଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଦୁଇଟି ଚିତ୍ର ପୋଷ୍ଟ୍ କରିଥିଲେ। ସେଥିରୁ ଗୋଟିଏ ହେଉଛି ପାକିସ୍ତାନୀ ପତାକାର ଚିତ୍ର, ଅନ୍ୟ ଚିତ୍ରଟି ହେଉଛି ପଡ଼ୋଶୀ ଦେଶର ରାଷ୍ଟ୍ରପତି ମାମ୍ନୂନ୍ ହୁସେନ୍ଙ୍କ ଚିତ୍ର।
ଏ ପର୍ଯ୍ୟନ୍ତ ହ୍ୟାକର୍ଙ୍କ ପରିଚୟ ମିଳି ପାରି ନାହିଁ। କନ୍ତୁ, ଆକ୍ରମଣ ସମୟରେ ଆକାଉଣ୍ଟ୍ର ବ୍ଲୁ ଭେରିଫିକେସନ୍ ଟିକ୍ ଉଭେଇ ଯାଇଥିଲା।
ପରେ ବ୍ଲୁ ଟିକ୍ ସହ ଆକାଉଣ୍ଟ୍ଟିକୁ ରିଷ୍ଟୋର୍ କରାଯାଇ ସେଥିରୁ ଆପତ୍ତିଜନକ ଟୁଇଟ୍ ସବୁ ହଟାଇ ଦିଆଯାଇଥିଲା।
ପ୍ରାୟ ମଧ୍ୟାହ୍ନ ୧୨ଟାରେ ଅକବରଉଦ୍ଦିନ୍ଙ୍କ ହ୍ୟାଣ୍ଡେଲ୍ ଏକ ମେସେଜ୍ ଟୁଇଟ୍ କରିଥିଲା: ମୁଁ ଆକାଉଣ୍ଟ୍କୁ ଫେରିଛି। ହ୍ୟାକ୍ ମତେ ଅବଦମିତ କରି ପାରିବ ନାହିଁ। @TwitterIndia ଏବଂ ସହଯୋଗ କରିଥିବା ଅନ୍ୟାନ୍ୟ ଅନେକଙ୍କୁ ଧନ୍ୟବାଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/653923-pak.jpg)