ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର ଆକାଉଣ୍ଟ ଜରିଆରେ  କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ ଆସିଛି। ତେବେ ଟୁଇଟଟି କିଛି ସମୟ ପରେ ହଟାଇ ଦିଆଯାଇଛି। ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍ (@narendramodi_in)ର ଟ୍ୱିଟର ଆକାଉଣ୍ଟ ହ୍ୟାକରମାନେ ହ୍ୟାକ୍ କରିଥିଲେ। କିନ୍ତୁ ଏହାକୁ ଖୁବ୍ ଶୀଘ୍ର ଟୁଇଟର ପକ୍ଷରୁ ଠିକ୍ କରାଯାଇଥିଲା | ବର୍ତ୍ତମାନ ଟ୍ୱିଟରରୁ ଏକ ବିବୃତି ଆସିଛି, ଯେଉଁଥିରେ  ହ୍ୟାକିଂ ମାମଲାକୁ ଗ୍ରହଣ କରାଯାଇଛି । ଟ୍ୱିଟର ମୁଖପାତ୍ରଙ୍କ ଅନୁଯାୟୀ, ଆମେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛୁ, ତଥାପି ଏହି ଆକାଉଣ୍ଟ ବ୍ୟତୀତ ଅନ୍ୟ କୌଣସି ଆକାଉଣ୍ଟ ହ୍ୟାକ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟରୁ କ୍ରିପ୍ଟୋ ମୁଦ୍ରା ସହ ଜଡିତ ଟ୍ୱିଟ୍ କରାଯାଇଥିଲା। ହ୍ୟାକର ଟୁଇଟ୍ କରି ଲେଖିଥିଲା,  ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, କୋଭିଡ -୧୯ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଦାନ କରନ୍ତୁ।’  ଅନ୍ୟ ଏକ ଟ୍ୱିଟରେ ହ୍ୟାକର ଲେଖିଥିଲା ଯେ, ‘ଏହି ଆକାଉଣ୍ଟକୁ ଜନ୍ ୱିକ୍  ([email protected])ହ୍ୟ‌ାକ୍ କରିଛି। ଆମେ ପେଟିଏମ୍ ମଲ୍ ହ୍ୟାକ୍ କରିନାହୁଁ |’ ତେବେ ବର୍ତ୍ତମାନ ଏହି ବୋଗସ୍ ଟ୍ୱିଟ୍ ଡିଲିଟ୍ ହୋଇଯାଇଛି |

aajtak

ସୂଚନା ମୁତାବକ, ଅଗଷ୍ଟ ୩୦ରେ ସାଇବର ସୁରକ୍ଷା ସଂସ୍ଥା ସାଇବଲ ଦାବି କରିଥିଲା ଯେ, ପେଟମ ମଲରୁ ତଥ୍ୟ ଚୋରିରେ ଜନ୍ ୱିକ୍ ଗ୍ରୁପ୍ ସମ୍ପୃକ୍ତ ଥିଲା। ପେଟିଏମ୍ ମଲ୍ ୟୁନିକର୍ଣ୍ଣ ହେଉଛି ପେଟିଏମର ଇ-କମର୍ସ କମ୍ପାନୀ। ସାଇବଲ ଦାବି କରିଥିଲା ଯେ, ଏହି ହ୍ୟାକର୍ ଗୋଷ୍ଠୀ ଟଙ୍କା ପାଇଁ ଦାବି କରିଥିଲେ। ତେବେ ଅନୁସନ୍ଧାନ ବେଳେ ତଥ୍ୟରେ ଚୋରି ଭଳି କୌଣସି ଘଟଣା ଘଟି ନ ଥିବା ପେଟିଏମ୍ ସ୍ପଷ୍ଟ କରିଥିଲା।

ଜୁଲାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ​​ଯେଉଁଥିରେ ୱାରେନ୍ ବଫେଟ୍, ଜେଫ୍ ବେଜୋସ୍, ବରାକ ଓବାମା, ଜୋ ବିଡେନ, ବିଲ୍ ଗେଟ୍ସ ଏବଂ ଏଲୋନ୍ ମସ୍କଙ୍କ ସମେତ ଅନେକ ବଡ ବ୍ୟକ୍ତିତ୍ୱଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରାଯାଇଥିଲା। ଏମାନଙ୍କ ଆକାଉଣ୍ଟ ଜରିଆରେ କ୍ରିପ୍ଟୋ ମୁଦ୍ରା ସମ୍ବନ୍ଧୀୟ ଟ୍ୱିଟ କରାଯାଇଥିଲା |

ସମ୍ବନ୍ଧିତ ଖବର