ଟ୍ୱିଟର ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ: ପ୍ରସାର ଭାରତୀ ସିଇଓଙ୍କ ସମେତ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ସୋମବାର ଟ୍ୱିଟର ଅନେକ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋକ ଲାଗିଛି । ରୋକ ଲାଗିଥିବା ଏହି ଆକାଉଣ୍ଟ ମଧ୍ୟରେ ପ୍ରସାର ଭାରତୀ ସିଇଓ ଶଶି ଶେଖରଙ୍କ ସହ ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ରହିଛି | ତେବେ ପ୍ରସାର ଭାରତୀ ସିଇଓଙ୍କ ଆକାଉଣ୍ଟ ଉପରେ ରୋକ ଲଗାଯିବା ଘଟଣା ପରେ ପ୍ରସାର ଭାରତୀ ପକ୍ଷରୁ ଟ୍ୱିଟରକୁ ଏବାବଦରେ ପ୍ରସନ କରାଯାଇଛି | ପ୍ରସାର ଭାରତୀ ପକ୍ଷରୁ ଟ୍ୱିଟର ଏବଂ ଟ୍ୱିଟର ଇଣ୍ଡିଆକୁ ଟ୍ୱିଟ ମାଧ୍ୟମରେ ପଚରାଯାଇଛି ଯେ- ପ୍ରସାର ଭାରତୀ ସିଇଓଙ୍କ ଟ୍ୱିଟର ଆକାଉଣ୍ଟକୁ କେଉଁ ଆଧାରରେ ଭାରତରେ ନିଷେଧ କରାଯାଇଛି?

ପ୍ରଶ୍ନ ପଚାରିବା ସହ ପ୍ରସାର ଭାରତୀ, ଶଶି ଶେଖରଙ୍କ ଆକାଉଣ୍ଟର ସ୍କ୍ରିନସଟ ମଧ୍ୟ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ,’ଆକାଉଣ୍ଟ ଉପରେ ରୋକ ଲଗାଯାଇଛି | ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଆପଣଙ୍କ ଆକାଉଣ୍ଟକୁ ରୋକ ଲଗାଯାଇଛି’ | ସେହିପରି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ମଧ୍ୟ ରୋକ ଲଗାଇଦିଆଯାଇଛି ।

ଟ୍ୱିଟର ପକ୍ଷରୁ ଏକାଧିକ ଆକାଉଣ୍ଟ ଉପରେ ରୋକ ଲଗାଯିବାକୁ ନେଇ ତୀବ୍ର ସମାଲୋଚନା କରାଯାଇଛି | ବଲିଉଡ ସଂଗୀତ ନିର୍ଦ୍ଦେଶକ ବିଶାଲ ଦାଦଲାନି ଟ୍ୱିଟ୍ କରି ଲେଖିଛନ୍ତି ଯେ,’ ଅବିଶ୍ୱସନୀୟ। ବିନାଶ କାଳେ ବିପରୀତ ବୁଦ୍ଧି’ | ସୂଚନା ଥାଉ କି କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତ ଟ୍ୱିଟର ବିରୋଧରେ ବର୍ଷିଥିଲେ |

ସମ୍ବନ୍ଧିତ ଖବର