ଜମ୍ମୁ-କଶ୍ମୀର ଓ ଲେହକୁ ଚୀନର ଅଂଚଳ ଦର୍ଶାଇବା ପ୍ରସଙ୍ଗରେ ଭାରତ ନିକଟରେ କ୍ଷମା ମାଗିଲା ଟ୍ୱିଟର୍

ନୂଆଦିଲ୍ଲୀ : ଭାରତର ଜମ୍ମୁ ଓ କଶ୍ମୀର ଏବଂ ଲେହକୁ ଚୀନର ଅଂଚଳ ବୋଲି ଦର୍ଶାଇଥିବାରୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କ୍ଷମା ପ୍ରାର୍ଥନା କରିଛି ।

ଟ୍ୱିଟର ପକ୍ଷରୁ ଭାରତୀୟ ସଂସଦର ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ନିକଟରେ ଏହି କ୍ଷମାପ୍ରାର୍ଥନା କରାଯ଼ାଇଛି । ଟ୍ୱିଟରର ମୁଖପାତ୍ର କହିଛନ୍ତି ଯେ ତାଙ୍କ କମ୍ପାନି ଏହି ପ୍ରସଙ୍ଗର ସଂବେଦନଶୀଳତାକୁ ହୃଦୟଙ୍ଗମ କରୁଛି । କମ୍ପାନି ଭାରତର ଅଖଣ୍ଡତାକୁ ସମ୍ମାନ ଜଣାଏ ।

କିଛି ଦିନ ତଳେ ଏକ ଲାଇଭ ପ୍ରସାରଣ ବେଳେ ଟ୍ୱିଟରରେ ଜମ୍ମୁକଶ୍ମୀର ଓ ଲେହକୁ ଚୀନର ଅଂଚଳ ବୋଲି ଦର୍ଶାଇଥିଲା । ଏହାକୁ ନେଇ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ପ୍ରସଙ୍ଗରେ ତୁରନ୍ତ ଏକ ଲିଖିତ କ୍ଷମାପ୍ରାର୍ଥନା କରିବା ସହ ଏକ ସତ୍ୟପାଠ ଦାଖଲ କରିବାକୁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ନିର୍ଦେଶ ଦେଇଥିଲା ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯ଼ୁକ୍ତି ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଟ୍ୱିଟର ମୁଖ୍ୟ ଜାକ୍ ଡୋରସେଙ୍କୁ ଏକ ପତ୍ର ଲେଖି ଜମ୍ମୁ କଶ୍ମୀର ଓ ଲଦାଖର ରାଜଧାନୀ ଲେହ ଭାରତର ଅଭିନ୍ନ ଅଂଗ ବୋଲି ଦର୍ଶାଇଥିଲା ।

ସମ୍ବନ୍ଧିତ ଖବର