ନୂଆଦିଲ୍ଲୀ: ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ନ ଦର୍ଶାଇ ଲେହକୁ ଜମ୍ମୁ ଓ କଶ୍ମୀରର ଅଂଶବିଶେଷ ଭାବେ ଦର୍ଶାଇବାର କାରଣ ୫ ଦିନ ମଧ୍ୟରେ ଜଣାଇବା ନିମନ୍ତେ କେନ୍ଦ୍ର ସରକାର ‘ଟୁଇଟର୍’କୁ ନିର୍ଦେଶ ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଜ୍ୟାକ୍ ଡୋର୍ସିଙ୍କ ମାଲିକାନାରେ ଥିବା ମାଇକ୍ରୋ-ବ୍ଲଗିଙ୍ଗ୍ ପ୍ଲାଟ୍ଫର୍ମ ‘ଟୁଇଟର୍’କୁ ଜାରି କରିଥିବା ନୋଟିସ୍ରେ ସରକାର କହିଛନ୍ତି, ଲେହକୁ ଜମ୍ମୁ ଓ କଶ୍ମୀରର ଅଂଶବିଶେଷ ଭାବେ ଦର୍ଶାଇବା ହେଉଛି ଭାରତର ସାର୍ବଭୌମ ସଂସଦର ଇଚ୍ଛାକୁ ଅସମ୍ମାନ କରିବା ନିମେନ୍ତ ‘ଟୁଇଟର୍’ର ଇଚ୍ଛାକୃତ ଉଦ୍ୟମ। ମୁଖ୍ୟାଳୟ ଲେହ ସହ ଲଦାଖକୁ ସଂସଦ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଛି।
Image Courtesy of Hindustan Timesସରକାର କହିଛନ୍ତି, ତ୍ରୁଟିଯୁକ୍ତ ମାନଚିତ୍ର ପ୍ରଦର୍ଶୀତ କରି ଭାରତର ଆଞ୍ଚଳିକ ଅଖଣ୍ଡତାକୁ ଅସମ୍ମାନିତ କରିଥିବା କାରଣରୁ ‘ଟୁଇଟର୍’ ଏବଂ ତା’ର ପ୍ରତିନିଧିମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା, ତାହା ଟୁଇଟର୍ ବୁଝାଇଦେବା ଉଚିତ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ପୂର୍ବରୁ ମଧ୍ୟ ‘ଟୁଇଟର୍’ ଲେହକୁ ଚୀନ୍ର ଅଂଶବିଶେଷ ଭାବେ ଦର୍ଶାଇଥିଲା। ‘ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଇନ୍ଫର୍ମମେସନ୍ ଟେକ୍ନୋଲୋଜି ମନ୍ତ୍ରାଳୟ’ ଜ୍ୟାକ୍ ଡୋର୍ସିଙ୍କ ପାଖକୁ ଚିଠି ଲେଖିବା ପରେ ଟୁଇଟର୍ ସେ ମାନଚିତ୍ରଟି ବଦଳାଇ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-147.jpg)