ଚୀନକୁ ନେଇ କାର୍ଟୁନ କରିବା ପରେ ଅମୁଲର ଆକାଉଣ୍ଟକୁ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ: ଗତ ଏକ ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଚାଲିଛି। ଏହି ସମୟରେ ଉଭୟ ଦେଶର ସୈନିକ ମଧ୍ୟ ଅନେକ ଥର ମୁହାଁମୁହିଁ ହେଲେଣି । ସେବେଠାରୁ ସାରା ଦେଶରେ ଚାଇନାର ଉତ୍ପାଦକୁ ବଏକଟ ବା ବର୍ଜନ କରିବା ପାଇଁ ଏକ ଅଭିଯାନ ଚାଲିଛି। ଏହି ସମୟରେ ଅମୁଲ ଟ୍ୱିଟରରେ ଚାଇନାକୁ ନେଇ ଏକ କାର୍ଟୁନ୍ ସେୟାର କରାଯାଇଛି । ଯାହା ପରେ ଟ୍ୱିଟର ପକ୍ଷରୁ ଅମୁଲ ଆକାଉଣ୍ଟକୁ ବ୍ଲକ କରାଯାଇଥିଲା | ଟ୍ୱିଟରର ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରାଯାଇଥିଲା।

ଏହା ପରେ ଟ୍ୱିଟର ବର୍ତ୍ତମାନ ଅମୁଲ ର ଆକାଉଣ୍ଟକୁ ପୁନଃ ସକ୍ରିୟ କରିଛି। ଏହି ମାମଲାରେ ଅମୁଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍ ସୋଡି କହିଛନ୍ତି ଯେ ‘ଡ୍ରାଗନ୍ ଛାଡ’ ପ୍ରସଙ୍ଗରେ କାର୍ଟୁନ୍ ସେୟାର କରିବା ପରେ କମ୍ପାନୀର ଟ୍ୱିଟର ଆକାଉଣ୍ଟକୁ ଜୁନ୍ ୪ ରେ ବ୍ଲକ କରାଯାଇଥିଲା। ଏହା ପରେ, ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରିବା ପରେ ତାଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହେଲା |


ଟ୍ୱିଟରର କହିବା ଅନୁଯାୟୀ, କାର୍ଟୁନ ପାଇଁ କମ୍ପାନୀର ଆକାଉଣ୍ଟକୁ ବ୍ଲକ କରାଯାଇନଥିଲା, କେବଳ ଆକସେସ କରିବାକୁ ରୋକାଯାଇଥିଲା | ଅମୁଲଙ୍କ ଆକାଉଣ୍ଟକୁ ବ୍ଲକ କରାଯିବା ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଯାଇଥିଲା | ଯାହା ପରେ ୟୁଜର୍ସମାନେ ଟ୍ୱିଟର ବିରୋଧରେ କଡ଼ା ଟିପ୍ପଣୀ ଦେଇଥିଲେ । ଏହା ପରେ ଟ୍ୱିଟର ପକ୍ଷରୁ ବ୍ଲକକୁ ହଟାଇଦିଆଯାଇଥିଲା |

ସମ୍ବନ୍ଧିତ ଖବର