ନୂଆଦିଲ୍ଲୀ: ଶୁକ୍ରବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍’ ‘ଟୁଇଟର୍’ ସମସ୍ତ ଆକାଉଣ୍ଟ୍ରୁ ‘ଲେଗାସି ଭେରିଫାଏଡ୍ ବ୍ଲୁ ଟିକ୍’ ହଟାଇ ଦେଇଥିଲା। ଟଙ୍କା ଦେଲେ ବ୍ଲୁ ଟିକ୍ ଫେରିପାଇବେ ବୋଲି କୁହାଯାଇଥିଲା। ଏହି କାରଣରୁ ଭାରତର ସବୁ କଳାକାର, ବଡ଼ ବଡ଼ ରାଜନେତା ଟ୍ବିଟରରେ ବ୍ଲୁ ଟିକ୍ ହରାଇଥିଲେ। ଏହା ପରେ ଯେଉଁମାନେ ଟଙ୍କା ଦେଇଥିଲେ ସେମାନେ ପୁଣି ଥରେ ବ୍ଲୁ ଟିକ୍ ଫେରି ପାଇଥିଲେ। ହେଲେ ପରେ ଟ୍ବିଟର ନିୟମ ବଦଳାଇ ଘୋଷଣା କରିଥିଲା ଯେ, ଯେଉଁମାନଙ୍କର ୧ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି, ସେମାନଙ୍କ ପାଇଁ ବ୍ଲୁ ଟିକ୍ ମାଗଣା।
ତେବେ ନିୟମ ବଦଳିବା ପରେ ବି ଶାଦି ଡଟ୍ କମର ମାଲିକ ଅନୁପମ ମିତ୍ତଲଙ୍କୁ ଟ୍ବିଟରରେ ବ୍ଲୁ ଟିକ୍ ମିଳିନଥିଲା, କାରଣ ତାଙ୍କ ଟ୍ବିଟରରେ ମାତ୍ର ୨୧୪.୯ହଜାର ଫଲୋୟର୍ସ ଅଛନ୍ତି। ତେବେ ୧ମିଲିୟନ ଫଲୋୟର୍ସ ନଥିବା ସହ ଅନୁପମ ଟଙ୍କା ଦେଇନଥିବାରୁ ତାଙ୍କୁ ବ୍ଲୁ ଟିକ୍ ମିଳିନାହିଁ। ଏବେ ଟ୍ବିଟରର ଏଭଳି ନିୟମକୁ ନେଇ ରାଗିଯିବା ସହ ଟେସଲା କିଣିବା ଯୋଜନା ବାତିଲ କରୁଛି ବୋଲି ଟ୍ବିଟ କରିଛନ୍ତି ଅନୁପମ।
Am cancelling my planned purchase of a Tesla … ticked off 😤
— Anupam Mittal (@AnupamMittal) April 23, 2023
ଅନୁପମଙ୍କ ପୂର୍ବରୁ ଟ୍ବିଟର ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ସେ ଟ୍ବିଟ କରିଥିଲେ ଯେ, ଆପଣ ଆମକୁ ବ୍ଲୁ ଟିକ୍ ପାଇଁ ଦେୟ ଦେବାକୁ କହିଲେ ଏବଂ ବର୍ତ୍ତମାନ ଆପଣ ଆମକୁ କହୁଛନ୍ତି ୧ମିଲିୟନରୁ ଅଧିକ ଫଲୋୟର୍ସ ଥିଲେ ବ୍ଲୁ ଟିକ୍ ମାଗଣାରେ ଦିଆଯିବ। ମୋର ୪୮.୪ ମିଲିୟନ୍ ଫଲୋୟର୍ସ ଅଛନ୍ତ, ମୁଁ ବର୍ତ୍ତମାନ କ’ଣ କରିବି? ଖେଳ ଖତମ, ଟଙ୍କା ହଜମ?