ଟ୍ଵିଟର ସିଇଓ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମନା କଲେ
ନୂଆଦିଲ୍ଲୀ: ଟ୍ଵିଟରର ସିଇଓ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ପ୍ରଯୁକ୍ତି ବ୍ୟାପାର ପାର୍ଲାମେଣ୍ଟାରି କମିଟି ନିକଟରେ ହାଜର ହେବାକୁ ମନା କରି ଦେଇଛନ୍ତି। ଏହି ସଂସଦୀୟ କମିଟି ପକ୍ଷରୁ ଭାରତୀୟ ନାଗରିକଙ୍କର ବ୍ୟକ୍ତିଗତ ଅଧିକାର ସୁରକ୍ଷା ପ୍ରସଙ୍ଗ ଉପରେ ଅଲୋଚନା ଲାଗି ସାମାଜିକ ଗଣମାଧ୍ୟମ ଟ୍ଵିଟରର ସିଇଓ ଜାକ୍ ଡର୍ସେଙ୍କୁ ପତ୍ର ଲେଖାଯାଇଥିଲା। ମାତ୍ର ଟ୍ଵିଟର ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। ମାତ୍ର ୧୦ ଦିନ ପୂର୍ବରୁ ଭାରତ ଆସିବା ଲାଗି ଚିଠି ପଠାଯାଇଥିବାରୁ ଏହି ସମୟ ହାଜର ହେବା ଲାଗି ପର୍ଯ୍ୟାପ୍ତ ନୁହେଁ ବୋଲି ଟ୍ଵିଟର ପକ୍ଷରୁ ଦର୍ଶାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ପ୍ରଯୁକ୍ତି ବ୍ୟାପର ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ଅନୁରାଗ ଠାକୁର ଫେବ୍ରୁଆରି ୧ ତାରିଖ ଦିନ ପତ୍ର ଜରିଆରେ ଟ୍ଵିଟରର ସିଇଓ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହାଜର ହେବା ଲାଗି ଜଣାଇଥିଲେ। ପ୍ରଥମେ ଫେବ୍ରୁଆରି ୭ରେ ଏହି ବୈଠକ ହେବାକୁ ଥିବା ବେଳେ ପରେ ଏହା ୧୧ ତାରିଖକୁ ଘୁଞ୍ଚାଯାଇଥିଲା। ମାତ୍ର ଟ୍ଵିଟର ପକ୍ଷରୁ ଏହାକୁ ଅପର୍ଯ୍ୟାପ୍ତ ସମୟସୀମା ଦର୍ଶାଇ ଭାରତ ଆସି ସଂସଦୀୟ କମିଟି ପାଖରେ ହାଜର ହେବା ଅସମ୍ଭବ ବୋଲି କୁହାଯାଇଛି।