ସହାୟତାର ହାତ ବଢ଼ାଇଲା ଟୁଇଟର: କରୋନା ଲଢେଇରେ ସାହାଯ୍ୟ କରିବା ପାଇଁ ଭାରତକୁ ଦେଲା ୧୫ ମିଲିୟନ ଡଲାର

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହର ସହ ଏବେ ଭାରତ ଲଢ଼ୁଥିବା ବେଳେ ଏବେ ଏହି ଲଢେଇରେ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି ମାଇକ୍ରୋବ୍ଲଗିଂଗ କମ୍ପାନି ଟୁଇଟର | ପୂର୍ବରୁ ଭାରତକୁ ଅନେକ ଦେଶ ଆର୍ଥିକ ସହାୟତା ସହ କରୋନା ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଜିନିଷ ଯୋଗାଇଦେଇଥିବା ବେଳେ ଏବେ ଟୁଇଟର ଭାରତକୁ ୧୫ମିଲିୟନ ଡଲାର ଦେଇଛି |

ସୋମବାର ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଅର୍ଥ ତିନିଟି ବେସରକାରୀ ସଂସ୍ଥା କେୟାର, ଏଡ୍ ଇଣ୍ଡିଆ ଏବଂ ସେୱା ଇଣ୍ଟରନ୍ୟାସନାଲ ୟୁଏସକୁ ଦାନ କରାଯାଇଛି। କେୟାରକୁ ୧୦ ମିଲିୟନ୍ ଡଲାର ଦିଆଯାଇଥିବାବେଳେ ଏଡ୍ ଇଣ୍ଡିଆ ଏବଂ ସେୱା ଇଣ୍ଟରନ୍ୟାସନାଲ ୟୁଏସକୁ ୨.୫ମିଲିୟନ୍ ଡଲାର୍ ଲେଖାଏଁ ଦିଆଯାଇଛି। ଦିଆଯାଇଥିବା ଟଙ୍କାରେ ବେସରକାରୀ ସଂସ୍ଥା କେୟାର, ଅସ୍ଥାୟୀ କୋଭିଡ କେନ୍ଦ୍ର ସ୍ଥାପନ କରି ସରକାରଙ୍କ ଉଦ୍ୟମକୁ ସଫଳ କରିବାକୁ ପାଣ୍ଠି ବ୍ୟବହାର କରିବ, ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅମ୍ଳଜାନ, ପିପିଇ କିଟ୍ ଏବଂ ଅନ୍ୟାନ୍ୟ ଜଟିଳ ଜରୁରୀକାଳୀନ ଯୋଗାଣ ଯୋଗାଇବ, ଟିକାକରଣର ଦ୍ୱନ୍ଦ୍ୱକୁ ଦୂର କରିବ ଏବଂ ଲୋକଙ୍କୁ ଟିକାକରଣ କରିବାରେ ସାହାଯ୍ୟ କରିବ |

Twitter Integrates With Nielsen In Bid For TV Dollars | AdExchanger
AdExchanger

ଏହା ସହ ସେବା ଇଣ୍ଟରନ୍ୟାସନାଲ ଭାରତ ପାଇଁ ଅମ୍ଳଜାନ କନସେନଟ୍ରେଟର, ଭେଣ୍ଟିଲେଟର, ବିପିଏପ୍ (ବାଇଲେଭଲ୍ ପଜିଟିଭ୍ ଏୟାରୱେ ପ୍ରେସର) ଏବଂ ସିପିଏପି (କଣ୍ଟିନିଅସ ପଜିଟିଭ୍ ଏୟାରୱେ ପ୍ରେସର) ମେସିନ୍ କ୍ରୟ କରିବାରେ ସହାୟତା କରିବ | ଅତ୍ୟାବଶ୍ୟକ ଜିନିଷ କିଣାଯିବ ପରେ ଭାରତର ସମସ୍ତ ସରକାରୀ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟରକୁ ଯୋଗାଇଦିଆଯିବ |

ସେହିଭଳି ଏଡ୍ ଇଣ୍ଡିଆ, କରୋନା ଲକ୍ଷଣ ଚିହ୍ନଟ କରିବା, ବିସ୍ତାରକୁ ରୋକିବା, ଯତ୍ନ ଏବଂ ଚିକିତ୍ସା ଯୋଗାଇବା, ଅମ୍ଳଜାନ, ଅକ୍ସିମିଟର, ଥର୍ମୋମିଟର, ପ୍ରତିରକ୍ଷା ଗିଅର ଏବଂ ଟିକାକରଣରେ ସାହାଯ୍ୟ କରିବା, ଜୀବିକା ନିର୍ବାହ କରିବ ଏବଂ ଗ୍ରାମାଞ୍ଚଳରେ ସେବା କରୁଥିବା ଡାକ୍ତରଖାନା ଏବଂ ଏନଜିଓଗୁଡ଼ିକୁ ମଜବୁତ କରିବ ବୋଲି ଟ୍ୱିଟରରେ ଲେଖିଛନ୍ତି ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି |

ସମ୍ବନ୍ଧିତ ଖବର