ନୂଆଦିଲ୍ଲୀ: କେତେଗୁଡ଼ିଏ ବୈଷୟିକ ତ୍ରୁଟି ଯୋଗୁଁ ବୁଧବାର ଦିନ ‘ଟୁଇଟର୍’ ଡାଉନ୍ ରହିବାରୁ ପୋଷ୍ଟ୍ ଅପ୍ଡେଟ୍ କରିବା, ଆକାଉଣ୍ଟ୍ ଫଲୋ କରିବା କିଂବା ଡାଇରେକ୍ଟ୍ ମେସେଜ୍ ଆକ୍ସେସ୍ କରି ପାରି ନ ଥିବା କଥା ବିଶ୍ବବ୍ୟାପୀ ହଜାର ହଜାର ବ୍ୟବହାରକାରୀ ଅଭିଯୋଗ କରିଛନ୍ତି।
‘ଟୁଇଟ୍’ ପଠାଇବାକୁ ଉଦ୍ୟମ କରିବା ବେଳେ ‘ଟୁଇଟ୍ ଲିମିଟ୍’ ବୋଲି ମେସେଜ୍ ଆସିବା ପରେ ବ୍ୟବହାରକାରୀମାନେ ଯାଇ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।
ସେହିପରି, ଅନ୍ୟ ଜଣେ ‘ଟୁଇଟର୍’ ବ୍ୟବହାରକାରୀଙ୍କୁ ଫଲୋ କରିବା ବେଳେ ‘ଏବେ ଆପଣ ଅଧିକ ଲୋକଙ୍କୁ ‘ଫଲୋ’ କରିପାରିବେ ନାହିଁ’ ବୋଲି ବାର୍ତ୍ତା ଆସିବାରୁ ମଧ୍ୟ ଲୋକେ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।
Image Courtesy of India Todayସମସ୍ୟା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଏଲନ୍ ମସ୍କ୍ଙ୍କ ମାଲିକାନାରେ ଥିବା ‘ଟୁଇଟର୍’ ତା’ର ସପୋର୍ଟିଙ୍ଗ୍ ଆକାଉଣ୍ଟ୍ରୁ ମେସେଜ୍ ପଠାଇ କହିଲା ଯେ, ‘ଟୁଇଟର୍’ କାମ କରୁ ନ ଥାଇ ପାରେ। ଅସୁବିଧା ପାଇଁ ଦୁଃଖିତ। ଆମେ ଏ ବିଷୟରେ ଜାଣିଛୁ ଏବଂ ସମସ୍ୟା ସମାଧାନ କରିବାକୁ ଉଦ୍ୟମ ଚଳାଇଛୁ।
କିନ୍ତୁ, ‘ଟୁଇଟର୍’ ସେବା ବ୍ୟାହତ ହେବାର କାରଣ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। କେବଳ ‘ଟୁଇଟର୍’ ନୁହେଁ, ‘ଫେସ୍ବୁକ୍’ ଏବଂ ‘ଇନ୍ଷ୍ଟାଗ୍ରାମ୍’ ବ୍ୟବହାରକାରୀମାନେ ବି ଏଭଳି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ୧୨,୦୦୦ରୁ ଅଧିକ ‘ଫେସ୍ବୁକ୍’ ଓ ପ୍ରାୟ ୭୦୦୦ ‘ଇନ୍ଷ୍ଟାଗ୍ରାମ୍’ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/sm.jpg)