ନୂଆଦିଲ୍ଲୀ: ବଦଳିଛି ଟ୍ବିଟର୍ର ଲୋଗୋ। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲୋନ୍ ମସ୍କ ଗତ ବର୍ଷ ଅକ୍ଟୋବରରେ କମ୍ପାନୀର ଦାୟିତ୍ବ ଗ୍ରହଣ କରିବା ପରଠାରୁ ଟ୍ବିଟରର ନୂତନ ନୀତି ପ୍ରଣୟନ ସହ ଅନ୍ୟ କେତେକ ପରିବର୍ତ୍ତନ ଆଣିବା ଦିଗରେ ସଦା ସକ୍ରିୟ ରହୁଛନ୍ତି। ଏବେ ପୁଣି ଥରେ ଏହି କୋଟିପତି ୫୧ ବର୍ଷୀୟ ବ୍ୟବସାୟୀ ଜଣକ ଆଇକନିକିକ୍ ‘ବ୍ଲୁ ବାର୍ଡ’ ଲୋଗୋକୁ ହଟାଇ ‘ଡଗି’କୁ ବଦଳାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ,‘ବ୍ଲୁ ବାର୍ଡ’ ଲୋଗୋ ୱେବ୍ ସଂସ୍କରଣରେ ଏକ ହୋମ୍ ବଟନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ଟ୍ୱିଟର ବ୍ୟବହାରକାରୀମାନେ ‘ଡଗି’ ଲୋଗୋ ଦେଖିବାକୁ ପାଇଛନ୍ତି। ଏହି ଲୋଗୋଟି ୨୦୧୩ ମସିହାରୁ ତିଆରି ହୋଇଥିଲା।
ମସ୍କ ତାଙ୍କ ଆକାଉଣ୍ଟରେ ଏକ ମଜାଦାର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କାରରେ ଥିବା ‘ଡଗି’ ମିମ୍ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ଦେଖୁଥିବା ପୁଲିସ ଅଧିକାରୀଙ୍କୁ କହିଛନ୍ତି ଯେ ତାହା ତାଙ୍କର ପୁରୁଣା ଫଟୋ।
— Elon Musk (@elonmusk) April 3, 2023
ଉଲ୍ଲେଖଯୋଗ୍ୟ, ଟ୍ୱିଟରର ମୋବାଇଲ୍ ଆପରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜାଣିରଖନ୍ତୁ ଯେ ମସ୍କ ନୂଆ କରି ଜାରି କରିଥିବା ଟ୍ବିଟର୍ର ଏହି ‘ଡଗି’ ଲୋଗୋ ହେଉଛି କ୍ରିପ୍ଟୋକରେନ୍ସି ଶିବା ଇନୁର ଲୋଗୋ। ଯାହାକୁ ବିଟ୍ କଏନ ପରି ଅନ୍ୟ କ୍ରିପ୍ଟୋକରେନ୍ସିଙ୍କ ଉପରେ ପରିହାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ବାହାର କରାଯାଇଥିଲା ବୋଲି ଏଏନ୍ଆଇ ରିପୋର୍ଟ କରିଛି।
ଏହାଛଡ଼ା ଟ୍ୱିଟରର ସିଇଓ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଅଜଣା ବ୍ୟବହାରକାରୀଙ୍କ ସହ କଥା ହୋଇଛନ୍ତି। ବ୍ୟକହାରକାରୀ ଜଣକ ମସ୍କଙ୍କୁ ‘ବ୍ଲୁ ବାର୍ଡ’ ଲୋଗୋକୁ ‘ଡଗି’ ଲୋଗୋରେ ପରିବର୍ତ୍ତନ କରିବାକୁ କହିଛନ୍ତି। ଏହି ସ୍କ୍ରିନ୍ସଟ୍କୁ ସେୟାର କରି ମସ୍କ ପ୍ରତିଶ୍ରୁତି ରଖିଲି ବୋଲି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Elon-Musk-in-Twitter-Logo_Thumbnail.jpg)