ପ୍ରଥମ ଏଡିଟେଡ ଟ୍ବିଟ ପୋଷ୍ଟ କଲା ଟ୍ବିଟର, ଜାଣନ୍ତୁ କେମିତି କାମ କରିବ ନୂଆ ଫିଚର

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ କମ୍ପାନି ଟ୍ୱିଟର ଏଡିଟ୍ ବଟନକୁ ନେଇ ପରୀକ୍ଷା କରୁଛି ବୋଲି ଘୋଷଣା କରିବା ପରେ ଏବେ ପ୍ରଥମ ଏଡିଟେଡ ଟ୍ୱିଟ୍ ପୋଷ୍ଟ କରିଛି ଟ୍ବିଟର। ଶୁକ୍ରବାର ଦିନ ଟ୍ୱିଟର ବ୍ଲୁ ହ୍ୟାଣ୍ଡେଲ ଦ୍ୱାରା ଏକ ଟ୍ୱିଟ୍ ପୋଷ୍ଟ ହେବା ପରେ ଏହାକୁ ଏଡିଟ୍ କରାଯାଇଥିଲା, ଯେଉଁଥିରେ ବୈଶିଷ୍ଟ୍ୟ ପ୍ରକୃତରେ କିପରି କାମ କରିବ ତାହା ଦର୍ଶାଯାଇଥିଲା।

ଟ୍ୱିଟର ବ୍ଲୁ ହ୍ୟାଣ୍ଡେଲ ଲେଖିଛି, ହେଲୋ, ଏଡିଟ୍ ବଟନ୍ କାମ କରୁଛି କି ନାହିଁ ନିଶ୍ଚିତ କରିବାକୁ ଏକ ପରୀକ୍ଷା, ଏହା କିପରି ଚାଲିଛି ଆମେ ଆପଣଙ୍କୁ ଜଣାଇବୁ। ଏହି ଟ୍ୱିଟ ତଳେ ଏକ ପେନ୍ସିଲ ଆଇକନ୍ ଥିବା ସହ ‘ଲାଷ୍ଟ ଏଡିଟେଡ’ ଲେଖାଯାଇଛି। ଏହା ଉପରେ କ୍ଲିକ୍ କଲେ ପୂର୍ବରୁ କେଉଁ ଟ୍ବିଟ କରାଯାଇଥିଲା ଏବଂ ଏବେ ପରେ ଏଡିଟ କରାଯାଇ ଟ୍ବିଟରେ କେଉଁ ପରିବର୍ତ୍ତନ କରାଯାଇଛି, ତାହା ଆପଣ ଦେଖିପାରିବେ।

ଏହି ବୈଶିଷ୍ଟ୍ୟ ସାଧାରଣ ଜନତାଙ୍କ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ ନୁହେଁ ଏବଂ ଏହା ପୂର୍ବରୁ କେବଳ ଟ୍ୱିଟର ବ୍ଲୁ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନି ପୂର୍ବରୁ କହିଥିଲା। ଏଡିଟ୍ ବଟନ୍ ବ୍ୟବହାର କରିବାକୁ ହେଲେ ଉପଭୋକ୍ତାମାନଙ୍କୁ ଅତି କମରେ ଟ୍ୱିଟର ବ୍ଲୁ ସେବା ପାଇଁ ମାସକୁ ୪.୯୯ ଡଲାର୍ ଦେବାକୁ ପଡିବ ବୋଲି ଟ୍ବିଟର କହିଥିଲା।

ସମ୍ବନ୍ଧିତ ଖବର