ପାକିସ୍ତାନ ରାଷ୍ଟ୍ରପତି ବି ମିଛୁଆ ! ମିଛ ଟ୍ଵିଟ ପରେ ନୋଟିସ୍‌ ଜାରି କଲା ଟ୍ଵିଟର

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ହତାସ ହୋଇପଡିଛି । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ସବୁଆଡୁ ବିଫଳ ହେବା ପରେ ପାକିସ୍ତାନ ଏବେ ଭାରତ ବିରୋଧରେ ମିଥ୍ୟାପ୍ରଚାର ବା ପ୍ରୋପାଗେଣ୍ଡା ଯୁଦ୍ଧ ଚଳାଇଛି । ପାକିସ୍ତାନର ପ୍ରାୟ ସବୁ ନେତା ଭାରତ ବିରୋଧରେ ମିଛ କହିବାରେ ଲାଗିଛନ୍ତି । ଅବଶ୍ୟ ମିଛ କହିବା ପାକିସ୍ତାନର ଏକ ପରମ୍ପରା ରହିଆସିଛି । ଏପରିକି ପାକିସ୍ତାନ ରାଷ୍ଟ୍ରପତି ଅରିଫ ଆଲଭି ମଧ୍ୟ ଏଥିରୁ ବାଦ ପଡିନାହାନ୍ତି ।

କିଛିଦିନ ତଳେ ସେ କଶ୍ମୀର ଉପରେ କରିଥିବା ଏକ ଟ୍ଵିଟକୁ ନେଇ ଟ୍ଵିଟର ପକ୍ଷରୁ ତାଙ୍କୁ ନୋଟିସ ଜାରି କରି ତାଗିଦ କରାଯାଇଛି । ଏକ ବିକ୍ଷୋଭ ଭିଡିଓ ଜାରି କରି ସେ ଲେଖିଥିଲେ ଯେ ଶ୍ରୀନଗରରେ ଭାରତ ସରକାରଙ୍କ ଦମନ ସତ୍ତ୍ୱେ ଲୋକମାନେ ରାସ୍ତାକୁ ଆସି ପ୍ରବଳ ବିକ୍ଷୋଭ କରୁଛନ୍ତି । କିନ୍ତୁ ପରେ ଜଣାପଡିଥିଲା ଯେ ସେହି ଭିଡିଓଟି ଶ୍ରୀନଗରର ନୁହେଁ, ବରଂ ପାକଅଧିକୃତ କଶ୍ମୀରର ମୁଜାଫରାବାଦରେ ହୋଇଥିବା ଏକ ଆନ୍ଦୋଳନର ଭିଡିଓ । ତେବେ ଟ୍ଵିଟର ଏହି ଟ୍ଵିଟ ସଂପର୍କରେ ଏକ ତଦନ୍ତ କରବା ସହ ଏହା କୌଣସି ସର୍ତ୍ତାବଳୀ ଉଲ୍ଲଙ୍ଘନ କରୁନଥିବା ଦର୍ଶାଇଛି । ଏଥିପାଇଁ ଅଲଭିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ସମ୍ବନ୍ଧିତ ଖବର