ବାଟ ଫିଟିଗଲା, ଏଣିକି ବିବାହ ବୟସ ହୋଇ ନଥିଲେ ବି ଲିଭ୍‌-ଇନ୍‌ରେ ରହିପାରିବେ ପୁଅ ଓ ଝିଅ

ସୁପ୍ରିମକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଏଣିକି ବିବାହ ବୟସ ହୋଇ ନଥିଲେ ବି ଉଭୟ ପୁଅ ଓ ଝିଅ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ ବୋଲି ରବିବାର ସୁପ୍ରିମ୍‌କୋର୍ଟ କହିଛନ୍ତି।

ସୂଚନା ଅନୁଯାୟୀ, ତୁଷାରା ନାମ୍ନୀ ଜଣେ ୧୯ବର୍ଷୀୟ ଯୁବତୀ ନନ୍ଦକୁମାର ନାମକ ଜଣେ ୨୦ବର୍ଷର ଯୁବକଙ୍କୁ ବିବାହ କରିଥିଲେ।  ଗତ ବର୍ଷ ଏହି ବିବାହ  ହୋଇଥିଲା।  ତେବେ ନନ୍ଦକୁମାରଙ୍କ ବୟସ ବିବାହଯୋଗ୍ୟ ହୋଇ ନଥିବାରୁ ଝିଅଘର ଲୋକେ କେରଳ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏନେଇ ହାଇକୋର୍ଟ ଉକ୍ତ ବିବାହକୁ ଆଇନ ଅସମ୍ମତ ଦର୍ଶାଇବା ସହ ଏହାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଥିଲେ ଯେ  ‘ନିଜ ପସନ୍ଦର ବ୍ୟକ୍ତିକୁ ବିବାହ କରିବା ଗୋଟେ ପ୍ରାପ୍ତ ବୟସ୍କ ଝିଅର ଅଧିକାର।  ଆଉ ଏହି ଅଧିକାରକୁ ତାର ପରିବାର ଛଡାଇ ନେଇପାରିବେ ନାହିଁ। ଯଦି ପୁଅର ବୟସ ବିବାହ ଯୋଗ୍ୟ ତଥା ୨୧ବର୍ଷ ହୋଇ ନଥିବ ତେବେ ସେମାନେ ଲିଭ୍‌-ଇନ୍‌ ରିଲେସନସିପ୍‌ରେ ରହିପାରିବେ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର