ନାସିକ: ନାସିକର ଆର୍ଟିଲାରି ସେଣ୍ଟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ପ୍ରଶିକ୍ଷଣ ଅଧିବେଶନ ସମୟରେ ତୋପ ଗୋଳା ବିସ୍ଫୋରଣ ହେବାରୁ ଦୁଇ ଜଣ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ମୃତ ଦୁଇ ମୃତକ ହେଲେ ଗୋହିଲ ବିଶ୍ବରାଜ ସିଂହ ଓ ସୈଫତ ଶୀଟ୍ ।

Advertisment

 ନାସିକ ଆର୍ଟିଲାରୀ ସେଣ୍ଟରରେ ନିୟମିତ ପ୍ରଶିକ୍ଷଣ ଅଧିବେଶନ ସମୟରେ  ଯବାନମାନେ  ତୋପ ଗୋଳା ଫାୟାରିଂ ସଂପର୍କରେ ତାଲିମ ନେଉଥିଲେ। ଅଧିକାରୀମାନେ କହିଛନ୍ତି ଯେ ତୋପ ଲୋଡିଂ କରୁଥିବା ବେଳେ ହଠାତ୍ ଗୋଳାଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଉଭୟ ଅଗ୍ନିବୀର ଆହତ ହୋଇଥିଲେ।

ଏହି ଘଟଣା ଘଟିବା ସମୟରେ ଯବାନମାନେ ନାସିକ ଆର୍ଟିଲାରୀ ସେଣ୍ଟରରେ ନିୟମିତ ପ୍ରଶିକ୍ଷଣ ଅଧିବେଶନ ସମୟରେ ତୋପ ଗୋଳା ଫାୟାରିଂ ସଂପର୍କରେ ତାଲିମ ନେଉଥିଲେ। ଅଧିକାରୀମାନେ କହିଛନ୍ତି ଯେ ତୋପ ଲୋଡିଂ କରୁଥିବା ବେଳେ ହଠାତ୍ ଗୋଳାଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଉଭୟ ଅଗ୍ନିବୀର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ସାମରିକ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଏ ନେଇ ଦେବଲାଲି କ୍ୟାମ୍ପ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ କହିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ଉଭୟ ଅଗ୍ନିବୀର ଗତବର୍ଷ ନାସିକ ରୋଡରେ ଥିବା ଆର୍ଟିଲାରି ସେଣ୍ଟରରେ ଯୋଗ ଦେଇଥିଲେ।