ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନୀଚୌକ୍ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି। ଏ ନେଇ ଭାଜପାର ଶୀର୍ଷ ନେତାମାନେ ଅକ୍ଷୟ କୁମାରଙ୍କ ସହ କଥାବାର୍ତ୍ତା ଚଳାଇଥିବା କୁହାଯାଉଛି।ଏହି ଆସନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଏଠାରୁ ଦଳ ସାସଂଦ ମୀନାକ୍ଷୀ ଲେଖିଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ଟିକେଟ୍ ଦେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି। ତେବେ ଏ ସଂପର୍କରେ ଦଳର ନେତାମାନେ ସିଧାସଳଖ କିଛି କହୁନାହାନ୍ତି।ପୂର୍ବରୁ ଅକ୍ଷୟ କୁମାର ଏକାଧିକ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
/sambad/media/post_attachments/wp-content/uploads/2019/03/Akshaye-Khanna.jpg)
ଅନ୍ୟପକ୍ଷରେ ଦିବଙ୍ଗତ ଅଭିନେତା-ରାଜନେତା ବିନୋଦ ଖାନ୍ନାଙ୍କ ସୁପୁତ୍ର ତଥା ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଏଥର ନିଜ ପିତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ପଞ୍ଜାବର ଗୁରୁଦାସପୁରରୁ ଭାଜପା ଟିକେଟରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଅକ୍ଷୟ ଖାନ୍ନା ପ୍ରସ୍ତୁତ ଥିବା ବି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Akshyas-in-Politics_Thumbnail.jpg)