ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବ୍ୟବହାର ଏବଂ ମାର୍ପିଟ ମାମଲାରେ ଗିରଫ ହୋଇଥିବା ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ ଏବଂ ପ୍ରକାଶ ଜାରଓ୍ଵାଲଙ୍କ ଜାମିନ ନାମଂଜୁର ହୋଇଯାଇଛି। ଏହି ମାମଲାରେ କୋର୍ଟରୁ ଝଟ୍୍କା ଖାଇବା ପରେ ଦୁଇ ବିଧାୟକଙ୍କୁ ତିହାର ଜେଲ୍ ପଠାଇ ଦିଆଯାଇଛି । ଉଭୟ ବିଧାୟକ ୧୪ ଦିନ ପାଇଁ ତିହାର ଜେଲ୍ରେ ରହିବେ। ତେବେ ସେମାନଙ୍କୁ ଜେରା ପାଇଁ ପୁଲିସ ହାଜତରେ ରଖାଯିବା ପାଇଁ ପୁଲିସର ଆବେଦନକୁ ଗତକାଲି କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଉଭୟ ବିଧାୟକ ଯାଞ୍ଚରେ ସହଯୋଗ ପାଇଁ ପ୍ରସ୍ତୁତ ଥିବାରୁ ପୁଲିସ ରିମାଣ୍ଡ୍ ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ। ମୁଖ୍ୟ ସଚିବ ଅଂଶୁ ପ୍ରକାଶ ଦେଇଥିବା ଏତଲାରେ ଆପ୍ର ୧୧ ଜଣ ନେତାଙ୍କ ନାମ ଥିବା ବେଳେ ଏଥିରେ ଅମାନତୁଲ୍ଲା ଖାନା୍ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ଅମାନତୁଲ୍ଲା ଗତକାଲି ଆତ୍ମସମର୍ପଣ କରିଥିବା ବେଳେ କେଜ୍ରିଓ୍ଵାଲଙ୍କ ବାସଭବନରୁ ବିଧାୟକ ପ୍ରକାଶ ଜାରଓ୍ଵାଲଙ୍କୁ ମଂଗଳବାର ରାତିରେ ଗିରଫ କରାଯାଇଥିଲା। ଦିଲ୍ଲୀରେ ସରକାର ଏବଂ ଅମଲାତନ୍ତ୍ର ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହି ମାମଲାରେ କ୍ଷମା ପ୍ରାର୍ଥନା କରାନଯିବା ପର୍ଯ୍ୟନ୍ତ ସରକାରଙ୍କ ବୈଠକଗୁଡ଼ିକୁ ବର୍ଜନ କରିବା ପାଇଁ ଅମଲାମାନେ ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ଙ୍କ ବାସଭବନରେ କିଛି ଆପ୍ ବିଧାୟକ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଧକ୍କା ମାରି ଠେଲାପେଲା କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରକାଶ ହୋଇପାରିନଥିବା କିଛି ଟିଭି ବଜ୍ଞାପନ ସମ୍ପର୍କରେ ଆଲୋଚନା ପାଇଁ କେଜ୍ରିଓ୍ଵାଲ୍ଙ୍କ ବାସଭବନକୁ ଅଂଶୁ ପ୍ରକାଶଙ୍କୁ ଡକାଯାଇଥିଲା।
ଦୁଇ ଆପ୍ ବିଧାୟକଙ୍କ ଜାମିନ୍ ନାମଞ୍ଜୁର
ମୁଖ୍ୟ ସଚିବଙ୍କୁ ଆକ୍ରମଣ ମାମଲା
/sambad/media/post_attachments/wp-content/uploads/2018/02/3-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)