ଲଣ୍ଡନରେ ୩ ଶିଖ୍‌ ଯୁବକଙ୍କୁ ଛୁରି ଭୁସି ହତ୍ୟା, ୨ ଗିରଫ

ଲଣ୍ଡନ୍‌: ଲଣ୍ଡନ୍‌ରେ ୩ ଜଣ ଶିଖ୍‌ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ସେଭେନ୍‌ କିଙ୍ଗ୍‌ସର ଏଲ୍‌ମଷ୍ଟେଡ୍‌ ରୋଡ୍‌ରେ ଶିଖ୍‌ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହି ବିବାଦ ଅତ୍ୟନ୍ତ ଭୟଙ୍କର ରୂପ ନେବାରୁ ୩ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଉକ୍ତ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ତେବେ ମୃତକ ଏବଂ ଅଭିଯୁକ୍ତ ପରସ୍ପର ପରସ୍ପରକୁ ଜାଣିଥିବା ଜଣାପଡ଼ିଛି। ସମସ୍ତ ମୃତକଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ଏବଂ ସେମାନେ ଶିଖ୍‌ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର