ଉନ୍ନାଓ ମାମଲାରେ ୨ ଗିରଫ, ଏକତରଫା ପ୍ରେମ ପାଇଁ ବିଷ ମିଶାଇଥିଲା

ପୀଡ଼ିତା ମା’ଙ୍କ ବୟାନ : ପୋଷାକ ଚିରିଯାଇଥିଲା, ଓଢ଼ଣିରେ ବେକ, ହାତ ବାନ୍ଧି ଦିଆଯାଇଥିଲା

ଲକ୍ଷ୍ନୌ : ଉନ୍ନ‌ାଓରେ ଦଳିତ ଯୁବତୀଙ୍କୁ ହତ୍ୟା ମାମଲାରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ପୁଲିସ ଆଇଜିଙ୍କ ସୂଚନାନୁଯାୟୀ, ଜଣେ ଯୁବକ ୩ ନାବାଳିକାଙ୍କୁ ପାଣିରେ ବିଷ ମିଶାଇ ପିଇବାକୁ ଦେଇଥିବା ସ୍ବୀକାର କରିଛି। ଜଣେ ନାବାଳିକା ସମ୍ପୃକ୍ତ ଅଭିଯୁକ୍ତର ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ଏବଂ ଲକ୍‌ଡାଉନ୍‌ ସମ‌ୟରେ ଫୋନ୍‌ ନମ୍ବର ଦେଇନଥିବାରୁ ସେ ଏଭଳି କାଣ୍ଡ ଘଟାଇଥିବା କହିଛି। ତେବେ ସେ କେବଳ ଜଣଙ୍କୁ ମାରିବାକୁ ଚାହିଥିଲା ବୋଲି କହିଛି। କିନ୍ତୁ ବିଷ ମିଶ୍ରିତ ପାଣି ୩ ଜଣ ପିଇଥିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି। ଲ‌‌କ୍ଷ୍ନୌ ପୁଲିସ ଆଇଜି ଲକ୍ଷ୍ମୀ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତକୁ ବିନୟ ଓରଫ୍‌ ଲମ୍ବୁ ବୋଲି ଚିହ୍ନଟ ‌କରାଯାଇଛି। ଅନ୍ୟ ଜଣକ ନାବାଳକ। ଆଜି କଡ଼ା ସୁରକ୍ଷା ଭିତରେ ଗ୍ରାମବାସୀଙ୍କ ଗହଣରେ ୨ ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି।

ପୀଡ଼ିତା ମା’ଙ୍କ ବୟାନ : ପୋଷାକ ଚିରିଯାଇଥିଲା, ଓଢ଼ଣିରେ ବେକ, ହାତ ବାନ୍ଧି ଦିଆଯାଇଥିଲା
ଲକ୍ଷ୍ନୌ : ଉନ୍ନାଓରେ ବିଷ ଦେଇ ଦୁଇ ଯୁବତୀଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ସହ ଏ ବାବଦରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ ନାବାଳିକାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଓଢ଼ଣି ଦ୍ବାରା ସେମାନଙ୍କ ହାତ ଏବଂ ବେକକୁ ବାନ୍ଧି ଦିଆଯାଇଥିଲା। ଜଣେ ମୃତ ନାବାଳିକାଙ୍କ ମା’ କହିଛନ୍ତି ସେମାନଙ୍କ ପୋଷାକ ଚିରି ଯାଇଥିଲା ଏବଂ ସମସ୍ତଙ୍କ ହାତ ବନ୍ଧା ହୋଇଥିବା ଅବସ୍ଥାରେ ଆମେ ଦେଖିଥିଲୁ। ସେମାନଙ୍କ ସହ କିଛି ଅମାନବୀୟ କାଣ୍ଡ ହୋଇଛି ଏବଂ ତା’ପରେ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ଜଣେ ମୃତ ନାବାଳିକାଙ୍କ ମା’ କହିଛନ୍ତି ଯେ ଯେଉଁଭଳି ଅବସ୍ଥାରେ ଝିଅମାନେ କ୍ଷେତରେ ପଡ଼ିଥିଲେ ସେଠାରେ କିଛି ବଡ଼ ଅଘଟଣ ଘଟିଥିବା ସେ ଆଶଙ୍କା କରୁଛନ୍ତି। ଅନ୍ୟପକ୍ଷେ ବଞ୍ଚି ଯାଇଥିବା ଜଣେ ନାବାଳିକା ଏବେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର