୨ ସହକର୍ମୀଙ୍କୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ଜଣେ ସେନା ଯବାନ ଆଜି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ୧୮ ଶିଖ୍‌ ରେଜିମେଣ୍ଟ୍‌ର ଏହି ଯବାନ ଆଜି ସକାଳେ ନିଜର ଦୁଇ ସହକର୍ମୀଙ୍କୁ ଗୁଳି କରି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଭୋର ପ୍ରାୟ ୨.୧୫ ମିନିଟ୍‌ ସମୟରେ ଏହି ଘଟଣା ଘଟିଛି। ୧୮ ଶିଖ୍‌ ରେଜିମେଣ୍ଟ୍‌ର କମାଣ୍ଡିଂ ଅଫିସର କର୍ନେଲ୍‌ ନବଦୀପ ବ୍ରାର୍‌ଙ୍କ କହିବା ଅନୁଯାୟୀ ଗାର୍ଡ କାର୍ଯ୍ୟ କରୁଥିବା ଜଣେ ଯବାନ ଯଶବୀର ସିଂହ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଯଶବୀରଙ୍କର ଅନ୍ୟ ଦୁଇଜଣ ସହକର୍ମୀ ଯବାନଙ୍କ ସହ କୌଣସି କାରଣରୁ ବଚସା ହେବାରୁ ସେ ସେମାନଙ୍କୁ ଗୁଳି କରିଥିଲେ।

ସମ୍ବନ୍ଧିତ ଖବର