ରାସ୍ତା ଅବରୋଧ କରି ଶୋଇ ପଡ଼ିଥିବା ଯୁବକଙ୍କ ଉପରେ ସ୍କୁଟି ଚଢ଼ାଇ ଚାଲିଗଲେ ଚାଳକ

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦୁଇଜଣ ଯୁବକଙ୍କୁ ଦେଖିବାକୁ ମିଳୁଛି। ଏହି ଦୁଇ ଯୁବକ କୌଣସି କାରଣରୁ ପୋଷାକ ଖୋଲି ରାସ୍ତା ବିରୋଧ କରିଥିଲେ। ରାସ୍ତା ଅବରୋଧ କରିବା ସମୟରେ ଦୁଇଯୁବକ ରାସ୍ତାର ଦୁଇପାର୍ଶ୍ବରେ ଶୋଇ ପଡ଼ିଥିଲେ। ଯାହାଫଳରେ ରାସ୍ତା ଜାମ ହୋଇଯାଇଥିଲା। ରାସ୍ତା ଜାମ ହୋଇଯାଇଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ଏହି ସମୟରେ ଦୁଇଜଣ ସ୍କୁଟି ଚାଳକ ସେହି ରାସ୍ତା ଦେଇ ଯାଉଥିଲେ। ଜଣେ ଘଟଣାସ୍ଥଳରେ ଅଟକି ଯାଇଥିବା ବେଳେ ଅନ୍ୟ ଜଣେ କିଛି ନବୁଝି ନସୁଝି ରାସ୍ତା ଅବରୋଧ କରି ଶୋଇଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ।

 

ସୌଭାଗ୍ୟବଶତଃ ସ୍କୁଟି ଶରୀର ଉପର ଦେଇ ଚଢ଼ି ଯାଇଥିଲେ ବି ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଏହି ଭିଡିଓକୁ ସୁପରଟୋ ୱିପ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି। ଭିଡିଓଟିକୁ ରିପୋର୍ଟ ଲେଖାହେଲା  ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

ସମ୍ବନ୍ଧିତ ଖବର