ଇମ୍ଫାଲ : ମିଆଁମାର ସୀମାବର୍ତ୍ତୀ ମଣିପୁରର ମୋରେହ୍ ଗ୍ରାମରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଏକ ବୋମା ବିସ୍ଫୋରଣ ହେବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ​ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ମୋରେହ୍ର ୱାର୍ଡ ନମ୍ବର ୯ରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ଗ୍ରାମର ଦୁଇ ଭାଇ ଲାଲସାଙ୍ଗମୌନ୍ ଗାଂଗ୍ଟେ (୨୩) ଏବଂ ଲିଙ୍କୋଗିନ୍ ଗାଂଗ୍ଟେ (୨୧)ଙ୍କ ମୃତ୍ୟୁ ଘଟିଛି। ଗ୍ରାମ ସଭାପତି ଟୋଙ୍ଗଖୋପ ବାଇଟେ କହିଛନ୍ତି ଯେ ଏହି ଅଂଚଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅନେକ ବୋମା ପୋତି ହୋଇ ରହିଛି ଏବଂ ଗତ ବର୍ଷ ନଭେମ୍ବରରେ ମଧ୍ୟ ଏଭଳି ବିସ୍ଫୋରଣ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପ୍ରାୟ ୧୨୨ ଟି ବୋମା ଏହି ଅଂଚଳରୁ ପୁନରୁଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ରହିଯାଇଥିବା ଆଶଙ୍କା କରାଯାଉଛି। ଗାଁ ମୁଖିଆ ମୃତକଙ୍କ ପରିବାରକୁ ସହାୟତା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ବୋମା ବିସ୍ଫୋରଣ, ମଣିପୁରରେ ୨ ଭାଇ ମୃତ
/sambad/media/post_attachments/wp-content/uploads/2021/10/Two_brothers_killed_as_WW-II_bomb_exploded.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)