ତୃତୀୟ ସନ୍ତାନ ଥି‌ଲେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ତୃତୀୟ ସନ୍ତାନ ଥିଲେ କୌଣସି ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରି‌େବ ନାହିଁ ବୋଲି ଆଜି ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି। ନୂଆପଡ଼ା ଜିଲ୍ଲା ବିଶରା ଗ୍ରାମ ପଞ୍ଚାୟତର ସରପଞ୍ଚ ମୀନସିଂହ ମାଝିଙ୍କୁ ତିନିଟି ସନ୍ତାନ ପାଇଁ ସରପଞ୍ଚ ପଦରୁ ହ‌ାଇକୋର୍ଟ ଅଯୋଗ୍ୟ ଘୋଷଣା କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମାଝି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥି‌େଲ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ ଆଜି ଏହି ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ପଞ୍ଚାୟତରାଜ ଆଇନ ତିନି ସନ୍ତାନ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ତଥା ପଦଗ୍ରହଣ କରିବାପାଇଁ ବାରଣ କରିଥାଏ। ଓଡ଼ିଶା ଗ୍ରାମ ପଞ୍ଚାୟତରାଜ ଆଇନର ଧାରା ୨୫ (୧) ଏବଂ ଉପଧାରା ୨ରେ ଦୁଇଟି ସନ୍ତାନରୁ ଅଧିକ ସନ୍ତାନ ଥିଲେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନେଇ ଅଯୋଗ୍ୟ ହେବା ବ୍ୟବସ୍ଥା ରହିଛି।

ଉଲ୍ଲେଖଯୋଗ୍ୟ ମୀନସିଂହ ମାଝିଙ୍କର ଦୁଇଟି ସନ୍ତାନ ୧୯୯୫ ଓ ୧୯୯୮ରେ ଜନ୍ମଗ୍ରହଣ କରିଥିଲେ। ଫେବ୍ରୁଆରି ୨୦୦୨ରେ ମାଝି ବିଶରା ଗ୍ରାମ ପଞ୍ଚାୟତର ସରପଞ୍ଚ ରୂପେ ନିର୍ବାଚିତ ହୋଇଥି‌ଲେ। ‌ହେଲେ ଏପ୍ରିଲ୍‌ ୨୦୦୨ରେ ତାଙ୍କର ତୃତୀୟ ସନ୍ତାନ ଜନ୍ମ ହେବାପରେ ମାଝିଙ୍କୁ ସରପଞ୍ଚ ପଦ ହରାଇବାକୁ ପଡ଼ିଥିଲା। ଆଜିର ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ‌‌େଯ ମିନସିଂହ ତାଙ୍କ ପ୍ରଥମ ସନ୍ତାନକୁ ୧୯୯୯ ମସିହାରେ ଲାଳନ ପାଳନ ପାଇଁ ଦେଇ ଆଡପ୍ସନ୍‌ ପ୍ରକ୍ରିୟାକୁ ଆପଣାଇଥିଲେ। ତେଣୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ବୋଲି ଧରାଯିବ। କିନ୍ତୁ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଶୁଣାଣି ସମୟରେ ଆଜି ଆବେଦନକାରୀଙ୍କ ପକ୍ଷରୁ ପୁନୀତ ଜୈନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିବଶଙ୍କର ମିଶ୍ର ସୁପ୍ରିମ‌େକାର୍ଟରେ ମାମଲା ପରିଚାଳନା କରିଥି‌େଲ।

ସମ୍ବନ୍ଧିତ ଖବର