ଭୋପାଳ: କାଳବୈଶାଖୀର ତାଣ୍ଡବ ସମସ୍ତେ ଦେଖିଥିବେ । କାଳବୈଶାଖୀ ହେଲେ ହଠାତ୍ ମେଘ ଘୋଟିଆସେ, ପ୍ରବଳ ବର୍ଷା ହୁଏ, ଅଟାନକ ପବନ ବୁହେ ଆଉ ଘଡ଼ଘଡ଼ି ସହ ବିଜୁଳିମାରେ... କେବେ କେବେ କୁଆପଥର ବି ପଡେ... ଝଡତୋଫାନରେ ଗଛ, ଟିଣଛପର ଉଡିଯିବାର ଦୃଶ୍ୟ ମଧ୍ୟ ଆମେ ଦେଖିଛେ । ହେଲେ କାଳବୈଶାଖୀର ତାଣ୍ଡବ ଏତେ ଯେ ଭୟଙ୍କର ହୋଇପାରେ ତାହା ମଧ୍ୟପ୍ରଦେଶରୁ ଆସିଥିବା ଚିତ୍ରକୁ ଦେଖିଲେ ହିଁ ଜାଣିହେବ...

Advertisment

📍 मध्यप्रदेश : सागर तेज आंधी-तूफान से तबाही और छप्पर के साथ उड़े दो बच्चे दोनों बच्चे सुरक्षित...... #MadhyaPradesh #sagar #heavyrain #storm #rain

Posted by Laxmi Sharma on Wednesday, May 21, 2025

ଯେଉଁଠି ପ୍ରବଳ ବର୍ଷା ପବନ ମାଡି ଆସିବା ପରେ ସମସ୍ତେ ଘର ଭିତରକୁ ପଶିଯାଇଥିଲେ । କିଏ କୋଠା ଘରେ ରହିଥିଲା ତ କିଏ ଛପର ଘରେ... ବର୍ଷା ଦାଉରୁ ସିନା ଛପର ଘର ବଞ୍ଚାଇଦେଲା ହେଲେ ପ୍ରବଳ ପବନ ଓ ଭୟଙ୍କର ଝଡତୋଫାନ ଆଗରେ କାମ ଦେଲାନି ଛପର । ଝଡତୋଫାନର ଗୋଟେ  ଜୋରଦାର ଝଟକାରେ ଉଡିଗଲା ପଲିଥିନ ପକା ଛପର । ତାସାଙ୍ଗରେ ଉଡିଗଲେ ୨ ଜଣ କୁନି କୁନି ଛୁଆ । 

ପ୍ରବଳ ବର୍ଷା ପବନ ହେବାକୁ ଦୁଇଟି ପିଲା ପଲିଥିନ ପକା ଦୋକାନ ଘରେ ଥିବା ବେଳେ ଛପରକୁ ଜାବୁଡି ଧରିଥିଲେ ମାତ୍ର ପବନର ବେଗ ଏତେ ଥିଲା ଯେ, ଛପର ସହ ସେମାନଙ୍କୁ ବି ଉଡେଇ ନେଇ ଦୂରରେ ପକାଇଦେଲା । ମଧ୍ୟପ୍ରଦେଶ ସାଗର ଜିଲ୍ଲାରୁ ଏହି ଭୟଙ୍କର ଦୃଶ୍ୟ ଆସିଥିବା ବେଳେ ଦୁଇ ଜଣ ଛୁଆ ଏବେ ସୁସ୍ଥ ଅଛନ୍ତି ।