ପ୍ୟାରିସ: ଫ୍ରାନ୍ସର ଗ୍ରେନୋବଲ ସହରରେ ଏକ ବିଲଡିଂରେ ନିଆଁ ଲାଗିଯିବାରୁ ଘର ଭିତରେ ଫସି ରହିଥିବା ଦୁଇ ଜଣ ଶିଶୁ ଝରକା ଦେଇ ତିନି ମହଲା କୋଠାରୁ ତଳକୁ ଡେଇଁଥିଲେ। ତେବେ ତଳେ ଜମା ହୋଇଥିବା ଲୋକେ ଶିଶୁମାନଙ୍କୁ କ୍ୟା୍ଚ କରି ସେମାନଙ୍କୁ ବଞ୍ଚାଇ ଦେଇଥିଲେ। ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ଓ ଆଉ ଜଣେ ୩ ବର୍ଷର ଶିଶୁ ଥିଲେ। ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। ବିଲଡିଂର ଏକ ଫ୍ଲାଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହାପରେ ଆଖପାଖର ଅନେକ ଫ୍ଲାଟରେ ନିଆଁ ବ୍ୟାପି ଯାଇଥିଲା। ସୋସାଇଟିର ଜଣେ ବ୍ୟକ୍ତି କହିଛନ୍ତି, ଉଭୟ ଶିଶୁ ବହୁତ ସାହସ ଦେଖାଇଛନ୍ତି। ୧୦ ବର୍ଷର ଶିଶୁ ପ୍ରଥମେ ନିଜର ୩ ବର୍ଷର ଭାଇକୁ ତଳକୁ ଫୋପାଡ଼ି ଦେଇଥିଲା ଓ ତାପରେ ନିଜେ ତଳକୁ ଡେଇଁଥିଲା। ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।
ଘରେ ନିଆଁ ଲାଗିବାରୁ ତୃତୀୟ ମହଲାରୁ ତଳକୁ ଡେଇଁଲେ ଦୁଇ ଶିଶୁ
/sambad/media/post_attachments/wp-content/uploads/2020/06/burnt-alive-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)