ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀର ଜାମିଆ ନଗରସ୍ଥିତ ବାଟଲା ହାଉସ । ଏହି ଅଂଚଳରେ ଥିବା ଏକ କାରଖାନାର ଗୋଦାମରୁ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି । ମୃତଦେହ ଦୁଇଟିକୁ ଗୋଦାମ ଭିତରେ ଥିବା ଏକ ବାକ୍ସରେ ରଖାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବାକ୍ସରେ ଜଣେ ପୁଅ ଓ ଜଣେ ଝିଅର ମୃତଦେହ ରହିଛି । ଉଭୟଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ବୋଲି କୁହାଯାଉଛି । ସେମାନେ ଗତ କାଲିଠାରୁ ନିଖୋଜ ଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି ।
ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ଶିଶୁ ଭାଇ ଓ ଭଉଣୀ । ଉଭୟେ ଦିଲ୍ଲୀର ଜୋଗାବାଇ ଏକ୍ସଟେନସନରେ ନିଜ ପିତାମାତାଙ୍କ ସହ ରହୁଥିଲେ । ସେମାନଙ୍କ ପିତା ବଲବୀର ଗଣେ ସିକ୍ୟୁରିଟି ଗାର୍ଡଭାବେ କାମ କରନ୍ତି । ସେମାନେ ଗତକାଲି ଅପରାହ ୩ଟା ବେଳେ ଘରେ ଖାଇବା ପରେ ଖେଳିବାକୁ ଯାଇଥିଲେ । ଏହା ପରେ ସେମାନେ ନିଖୋଜ ହୋଇଯାଇଥିଲେ । ଏହାର ଦିନକ ପରେ ସେମାନଙ୍କୁ ଉକ୍ତ କାଠବାକ୍ସରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ସେମାନ ଲୁଚିବାକୁ ଉକ୍ତ କାଠବାକ୍ସରେ ପଶିଥିଲେ ଓ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Dead-body-File-Photo-1593530371.jpg)