ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଜମ୍ମୁସ୍ଥିତ ଆନ୍ତର୍ଜାତିକ ସୀମାନ୍ତରେ ପାକିସ୍ତାନୀ ସୈନିକମାନେ ଗୁଳି ଚଳାଇବାରୁ ଦୁଇ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣରେ ମଧ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।
ଜମ୍ମୁ ଏବଂ କଶ୍ମୀରର ଆର୍ଏସ୍ପୁର ସେକ୍ଟର୍ରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଜବାବ ଦେବାକୁ ଯାଇ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳି ଚାଳନା କରୁଛନ୍ତି। ଏବେ ମଧ୍ୟ ଗୁଳିଗୋଳା ବିନିମୟ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bsf-2.jpg)