ଭୋପାଳ: ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ ସମୟରେ ଏକ ଲେଭଲ କ୍ରସିଂର ଗେଟ ଭାଙ୍ଗିି ଦୃତଗତିରେ ଆସି ଏକ ଟ୍ରକ ଦିଲ୍ଲୀଗାମୀ ହଜରତ ନିଜାମୁଦ୍ଦିନ-ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ ଧକ୍କା ଦେବା ଫଳରେ ରାଜଧାନୀ ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ହୋଇଛି ତେବେ ଲାଇନଚ୍ୟୁତ ଯୋଗୁଁ ଟ୍ରେନ୍ର କୌଣସି ଯାତ୍ରୀ ମୃତାହତ ସମ୍ପର୍କରେ ସୂଚନା ମିଳି ନ ଥିବା ବେଳେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।
#UPDATE: The truck driver died after he rammed into a manned level crossing between Godhra & Ratlam and hit Trivandrum Rajdhani train at 6:44 am today. Two coaches were derailed. No injuries reported to any passenger. #MadhyaPradesh pic.twitter.com/mWWcgnW3Gy
— ANI (@ANI) October 18, 2018
ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଏକ୍ସପ୍ରେସ ଟ୍ରେନ ଗୋଧ୍ରା- ରାତଲାମ ମଧ୍ୟବର୍ତ୍ତୀ ଏକ ଲେବଲ କ୍ରସିଂର ଗେଟ ଅତିକ୍ରମ କରୁଥିବା ବେଳେ ଏହାର ଲେବଳକ୍ରସିଂ ଗେଟ ବନ୍ଦ କରାଯାଇଥିଲା। ଏହି ସମରେ ଦୃତଗତିରେ ଆସି ଏକ ଟ୍ରକ୍ ଗେଟକୁ ଧକ୍କା ଦେଇ ଭାଙ୍ଗି ଦେବା ସହିତ ଖୁବ୍ ଯୋରରେ ଯାଇ ରାଜଧାନୀ ଏକ୍ସପ୍ରେସର ବଗି ନମ୍ବର ବି-୭ ଓ ବି-୮କୁ ଧକ୍କା ଦେଇଥିଲା। ଫଳରେ ଏହି ବଗି ଦୁଇଟି ଲାଇନ୍ଚ୍ୟୁତ ହୋଇଥିଲେ। ଏହି ଦୁର୍ଘଟଣାରେ ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ଡାକ୍ତରଖାନାନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁଇଟି ବଗିର ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯିବା ସହିତ ବିଳମ୍ବରେ ରାଜଧାନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ବଗି ଦୁଇଟିକୁ ଛାଡ଼ି ଗନ୍ତବ୍ୟ ପଥରେ ଯାତ୍ରା କରିଥିବା ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି। ସେହିପରି କ୍ଷତିଗ୍ରସ୍ତ ରେଲେଓ୍ଵ ଟ୍ରାକକୁ ମଧ୍ୟ ମରାମତି କରାଯାଉଛି।