କୁନୁର ନିକଟରେ ଟ୍ରେନର ଦୁଇ ବଗି ଲାଇନଚ୍ୟୁତ

କୁନୁର : ତାମିଲନାଡ଼ୁର କୁନୁର ନିକଟରେ ଉଟିରୁ ମେଟ୍ଟୁପାଲାୟାମ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନର ଦୁଇଟି ବଗି ଗୁରୁବାର ଲାଇନଚ୍ୟୁତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଆହତ ହୋଇଥିବା ଖବର ମିଳିନାହିଁ। ଓଡ଼ିଶାର ବାଲେଶ୍ବରରେ ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ୨୮୮ ଜଣଙ୍କ ଜୀବନ ଯିବା ଏବଂ ସହସ୍ରାଧିକ ଆହତ ହେବା ପରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର