ଥିରୁବନନ୍ତପୁରମ୍: ଏକ ଅଭାବନୀୟ ଘଟଣାକ୍ରମରେ କେରଳର କସରଗଡ଼ ଜିଲ୍ଲାରେ ୨ ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାକୁ କେନ୍ଦ୍ର କରି ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ପାଳନ ସହ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାନୁଯାୟୀ, କୃପେଶ ଏବଂ ଶରତ ଲାଲ୍ ନାମକ ଦୁଇ ଜଣ କଂଗ୍ରେସ କର୍ମୀ ଗତକାଲି କସରଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ପେରିୟା ନିକଟ କାଲିୟଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିଲେ। କୃପେଶଙ୍କର ଘଟଣାସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଶରତଙ୍କୁ ହସ୍ପିଟାଲ୍ ନେବା ବାଟରେ ହିଁ ସେ ଆଖି ବୁଜିଥିଲେ। ଏହାକୁ କେନ୍ଦ୍ର କରି ଏବେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ହତ୍ୟା ପଛରେ ସିପିଏମ୍ର ହାତ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
କେରଳରେ ଦୁଇ ଯୁବ କଂଗ୍ରେସ କର୍ମୀଙ୍କୁ ହତ୍ୟା
କେରଳ ବନ୍ଦ, ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ
/sambad/media/post_attachments/wp-content/uploads/2019/02/keral-congress-worker-killed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)