ଜମ୍ମୁ: ପୁଣି ଫୁଟିଲା ଗ୍ରେନେଡ। ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ କଲେ ଗ୍ରେନେଡ ଆକ୍ରମଣ। ଏହି ଆକ୍ରମଣରେ ୨ଜଣ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ କର୍ମଚାରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ସୁରକ୍ଷା ବାହିନୀ ଦ୍ୱାରା ଏହି ଅଞ୍ଚଳକୁ ଘେରାଉ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।
ଗତକାଲି ମଧ୍ୟ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜମ୍ମୁ-କଶ୍ମୀରର ଅବନ୍ତିପୁରାରେ ପ୍ରଥମେ ୨ ଜଣ ଏବଂ ପରେ ୩ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାବଳ ସୋପିଆଁର ଚୌଗାମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ଏହା ଦେଖି ସେଠାରେ ଲୁଚିଥିବା ଆତଙ୍କୀମାନେ ପ୍ରଥମେ ସୁରକ୍ଷାବଳ ଉପରେ ଆକ୍ରମଣ କରିଥିଲେ । ଜବାବ ଦେବାକୁ ଯାଇ ସୁରକ୍ଷାବଳ ଏନକାଉଣ୍ଟର ଆରମ୍ଭ କରିଥିଲେ । ଏଥିରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ।