ରାଜସ୍ଥାନ: ଶୋକସଭାରୁ ଫେରୁଥିବା ଦୁଇ ଦମ୍ପତିଙ୍କ ଦୁର୍ଘଟଣାରେ ମୃତ୍ୟୁ

ଜୟପୁର : ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ରବିବାର ଦିନ ଏକ କାର୍‌ ମୋଟର ସାଇକଲ ଏବଂ ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ଦମ୍ପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦିଲ୍ଲୀ-ଫତେହପୁର ରାଜପଥରେ ଥିବା ଡୁମୋଲି ଗ୍ରାମ ନିକଟରେ କାର୍‌ଟି ଆଗରେ ଯାଉଥିବା ବାଇକ ଓ ସ୍କୁଟି ଉପରେ ଚଢ଼ି ଯାଇଥିଲା। କାର୍ ଡ୍ରାଇଭର ଗାଡି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ବୁହାନା ଡିଏସ୍‌ପି ମୁକେଶ ଚୌଧୁରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥବା ସମସ୍ତ ଚାରିଜଣ ସିଙ୍ଗାନା ନିକଟରେ ଏକ ଶୋକସଭାରେ ଯୋଗଦେଇ ଫେରୁଥିଲେ । ମୃତକମାନେ ହେଲେ ବିନୋଦ ଜାଙ୍ଗିଦ (୫୫), ତାଙ୍କ ପତ୍ନୀ ବିମଲା (୫୨), ସାଗରମାଲ (୫୦) ଓ ତାଙ୍କ ପତ୍ନୀ ଉର୍ମିଲା (୪୮) । ସମସ୍ତେ ଘନିଷ୍ଠ ସମ୍ପର୍କୀୟ ଅଟନ୍ତି।

ସମ୍ବନ୍ଧିତ ଖବର