କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ସୁସ୍ଥ ନବଜାତଙ୍କୁ ଜନ୍ମ ଦେଲେ ଦୁଇ ମହିଳା, ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ ନାହିଁ ମା’

ମୁମ୍ବାଇ : ମୁମ୍ବାଇର ଏକ ଡାକ୍ତରଖାନାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ନୋବେଲ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇଜଣ ମହିଳା ରବିବାର ଦିନ ମୁମ୍ବାଇର ବିୱାଇଏଲ ନାୟାର ଡାକ୍ତରଖାନାରେ ଦୁଇଟି ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ପ୍ରସବ କରାଇଥିବା ଡାକ୍ତର କହିଛନ୍ତି ଯେ, ଉଭୟ ଶିଶୁ ମାରାତ୍ମକ ଭୂତାଣୁର ଶିକାର ହୋଇନାହାନ୍ତି | ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଛି | ତେବେ ଉଭୟ ଶିଶୁ ସୁସ୍ଥ ଥିଲେ ମଧ୍ୟ ଏବେ ଦୁଇ ମହିଳା ସେମାନଙ୍କୁ ସ୍ତନ୍ୟପାନ କରାଇ ପାରିବେ ନାହିଁ | ଏପରି କଲେ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ସେମାନଙ୍କୁ ସ୍ତନ୍ୟପାନ ନକରାଇବା ପାଇଁ କୁହାଯାଇଛି ।

Flickr

ଡାକ୍ତରଙ୍କ କହିବା ମୁତାବକ, ଗତ ସପ୍ତାହରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ଦୁଇଜଣ ମହିଳା ଡାକ୍ତରଖାନାକୁ ଆସିଥିଲେ। ଯାଞ୍ଚ ପରେ ଆମେ ସେମାନଙ୍କର କୋଭିଡ-୧୯ ପରୀକ୍ଷା କରିଥିଲୁ, ଯାହା ପରେ ଉଭୟ କରୋନା ଆକ୍ରାନ୍ତ ଥିବା ଜଣା ପଡିଥିଲା | ଏହା ପରେ ଆମେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗର୍ଭଧାରଣ ୱାର୍ଡକୁ ସ୍ଥାନାନ୍ତର କରିଥିଲୁ। ପ୍ରସବ ପରେ ଆମେ ଦୁଇ ନବଜାତଙ୍କ କୋଭିଡ-୧୯ ପରୀକ୍ଷା କରିଥିଲୁ, କିନ୍ତୁ ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। କିଛି ଦିନ ପରେ ଦୁଇ ନବଜାତଙ୍କ ପୁନର୍ବାର କୋଭିଡ-୧୯ ପରୀକ୍ଷା କରାଯିବା ପରେ ସେମାନେ ଡିସଚାର୍ଜ ହେବେ।

ସମ୍ବନ୍ଧିତ ଖବର