ଆମେରିକା : ଗୋଟିଏ ଦିନ ବ୍ୟବଧାନରେ ସମାନ ସ୍ଥାନରେ ଦୁଇଟି ସାମୁଦ୍ରିକ ବାତ୍ୟା

ଓ୍ଵାସିଂଟନ : ଓଡ଼ିଶାବାସୀଙ୍କ ପାଇଁ ସାମୁଦ୍ରିକ ବାତ୍ୟା ନୂଆ ନୁହେଁ । ୧୯୯୯ ମହାବାତ୍ୟା ହେଉ କିମ୍ବା ୨୦୧୩ରେ ଆସିଥିବା ଫାଇଲିନ, ୨୦୧୯ରେ ଆସିଥିବା ଫନି କିମ୍ବା ଚଳିତ ବର୍ଷ ଆସିଥିବା ଅମ୍ପାନ-ନିୟମିତ ବ୍ୟବଧାନରେ ଓଡ଼ିଶାବାସୀ ବାତ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଗୋଟିଏ ଦନ ବ୍ୟବଧାନରେ ଦୁଇଟି ବାତ୍ୟା ଆସିବା ଓ ପ୍ରାୟ ସମାନ ସ୍ଥାନରେ ସ୍ଥଳଭାଗ ଛୁଇଁବା-ଏକ ବିରଳ ଘଟଣା । ଏପରି ଘଟଣା ଘଟିଛି ଆମେରିକାରେ ।

ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଦୁଇଟି ଭୟଙ୍କର ସାମୁଦ୍ରିକ ବାତ୍ୟା ଏକା ସମୟରେ ଆମେରିକା ଉପକୂଳ ଆଡ଼କୁ ମାଡ଼ିଆସୁଛନ୍ତି । ମେକ୍ସିକୋ ଉପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମାର୍କୋ । ଏହା ସୋମବାର ସଂଧ୍ୟା ୬ଟା ସମୟରେ (ଭାରତୀୟ ସମୟ ମଙ୍ଗଳବାର ସକାଳ ୬ଟା) ଆମେରିକାର ମିସିସିପି ନଦୀ ମୁହାଣରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ଥିଲା ।
ଏହାର ଦିନକ ପରେ ଆଉ ଏକ ବାତ୍ୟା ଲୌରା ଆମେରିକାର ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି । ଆଶ୍ଚର୍ଯ୍ୟ କଥା ହେଉଛି ଏହା ପୂର୍ବ ବାତ୍ୟାର ଗତିପଥ ଦେଇ ଆସୁଛି । ଏହା କ୍ରମଶଃ ଶକ୍ତିଶାଳୀ ହୋଇ ଏକ କାଟେଗୋରୀ-୨ ହରିକେନରେ ପରିଣତ ହେଉଛି । ବୁଧବାରଦିନ ଏହା ଲୁଇସିଆନା ଓ ଟେକ୍ସାସ ଉପକୂଳ କୌମସି ସ୍ଥାନରେ ସ୍ଥଳଭାଗ ଛୁଇଁବ । ତେବେ ଏହି ଅଞ୍ଚଳ ମଧ୍ୟରେ ଆସୁଥିବା ମିସିସିପି ମୁହାଣ ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର