ପାକିସ୍ତାନରେ ଜନ୍ମ ହୋଇଥିବା ଦୁଇ ଯୁବତୀଙ୍କୁ ୧୨ବର୍ଷ ପରେ ମିଳିଲା ଭାରତୀୟ ନାଗରିକତା, ପ୍ରଥମ ଥର ପାଇଁ କରିବେ ମତଦାନ

ବାରଣାସୀ : ୧୨ବର୍ଷର ସଂଘର୍ଷ ପରେ ଦୁଇ ଯୁବତୀଙ୍କୁ ଭାରତୀୟ ନାଗରିକତା ମିଳିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କରାଚୀରେ ଜନ୍ମ ହେବା ପରେ ଦୁଇ ଯୁବତୀ ନୀଦା ଓ ମାହେରୁଙ୍କ ମା’ ଭାରତ ଫେରିଥିଲେ । କିନ୍ତୁ ତାଙ୍କୁ ଭାରତୀୟ ନାଗରିକତା ମିଳିବାରେ ବିଳମ୍ବ ହୋଇଥିଲା । ୧୨ବର୍ଷ ପରେ ଏବେ ଦୁହେଁ ୨୦୧୯ ଲୋକସଭା ନିର୍ବାଚନରେ ମତଦାନ କରି ପାରିବେ ବୋଲି ଜଣାପଡ଼ିଛି ।

punjabkesari.in

ସୂଚନା ମୁତାବକ, ବାରଣାସୀର ପାନ ଦରିବାରେ ରହୁଥିବା ନସୀମଙ୍କ ବିବାହ ୧୯୮୯ରେ କରାଚୀରେ ରହୁଥିବା ଶାହିନ୍‌ଙ୍କ ସହ ହୋଇଥିଲା । ୧୯୯୨ରେ ନୀଦା ଜନ୍ମ ହେବା ସହ ୧୯୯୫ରେ ମାହେରୁ ଜନ୍ମଗ୍ରହଣ କରିଥିଲେ । ମାହେରୁଙ୍କ ଜନ୍ମ ପରେ ପୂରା ପରିବାର ଆସି ବାରଣାସୀରେ ରହିବା ଆରମ୍ଭ କରିଥିଲେ । ନସୀମ ଭାରତୀୟ ହୋଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ ଭାରତୀୟ ନାଗରିକତା ମିଳିଯିବ ବୋଲି ସେ ଭାବିଥିବା ବେଳେ ୨୦୦୭ରେ ଯାଇ ଶାହିନ୍‌ଙ୍କୁ ଭାରତୀୟ ନାଗରିକତା ମିଳିଥିଲା । କିନ୍ତୁ ଦୁଇ ଝିଅଙ୍କ ପାଇଁ ସଂଘର୍ଷ କରିଥିଲେ ନସୀମ । ୨୦୦୭ରେ ନୀଦା ଏବଂ ମାହେରୁ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେ । କିନ୍ତୁ ବାରମ୍ବାର ଦୁହିଁଙ୍କ ଆବେଦନ ରଦ୍ଦ ହେବାରେ ଲାଗିଥିଲା । ଯାହା ପରେ ୨୦୧୭ରେ ଦୁହେଁ ପ୍ରଧାନମନ୍ତ୍ରୀଙ୍କ ରବିନ୍ଦ୍ରପୁରୀ ଜନସଂପର୍କ କାର୍ଯ୍ୟାଳୟରେ ପହଞ୍ଚି ଭାରତୀୟ ନାଗରିକତା ପାଇଁ ପୁନଃ ଆବେଦନ କରିଥିଲେ । ଶେଷରେ ୧୨ବର୍ଷ ପରେ ମାର୍ଚ୍ଚ ୨୩, ୨୦୧୯ରେ ନୀଦା ଏବଂ ମାହେରୁଙ୍କୁ ଭାରତୀୟ ନାଗରିକତା ମିଳି ପାରିଥିଲା ।

ସମ୍ବନ୍ଧିତ ଖବର