ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ: ମାଙ୍ଗାଲୋରରେ ପୁଲିସ୍‌ ଗୁଳିରେ ୨ ମୃତ; କର୍ଫ୍ୟୁ ଜାରି

ମାଙ୍ଗାଲୋର: କର୍ଣ୍ଣାଟକର ମାଙ୍ଗାଲୋରରେ ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ସନ୍ଧ୍ୟାରେ ହିଂସାତ୍ମକ ରୂପ ନେଇଛି। ମାଙ୍ଗାଲୋରରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌କୁ ଆଜି ସନ୍ଧ୍ୟାରେ ସେଠାରେ ଗୁଳି ଚାଳନା କରିବାକୁ ପଡ଼ିଛି।

ପୁଲିସ୍‌ ଗୁଳିରେ ୨ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିବା କହିଛି ସମ୍ବଦ ସରବରାହ ସଂସ୍ଥା ରଏଟର। ମାଙ୍ଗାଲୋରରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦେଖିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ପ୍ରଥମେ ଲାଠିଚାଳନା ଓ ପରେ ଲୁହପୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। କିନ୍ତୁ, ଏଥିରେ କୌଣସି ପ୍ରକାରର ସୁଫଳ ନ ମିଳିବାରୁ ପୁଲିସ୍‌ ଶେଷରେ କୁଳି ଚାଳନା କରିଥିଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ରଏଟର। ଏହି ଘଟଣା ପରେ ମାଙ୍ଗାଲୋର ସହରର ବହୁ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରିଦିଆ ଯାଇଛି।

ସମ୍ବନ୍ଧିତ ଖବର