ଗୋଆରେ ବାତ୍ୟା ତୌତେର ତାଣ୍ଡବ: ଭାଙ୍ଗିଲା ୧୦୦ଘର, ୫୦୦ଗଛ ଉପୁଡ଼ିବା ସହ ୨ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ | ଗୁଜୁରାଟ ଉପକୂଳ ଛୁଇଁବା ପୂର୍ବରୁ ଏବେ ଗୋଆରେ ତାଣ୍ଡବ ରଚିଛି ବାତ୍ୟା ତୌତେ | ପ୍ରବଳ ବର୍ଷା ଓ ପବନ ପାଇଁ ଗୋଆରେ ୧୦୦ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ସହ ୫୦୦ଗଛ ଉପୁଡିଯାଇଛି | ଏହା ସହ ୧୦୦ଟି ଘର ସାମାନ୍ୟ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି |

ତେବେ ଏହାରି ପ୍ରଭାବରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଜଣଙ୍କ ଉପରେ ଗଛ ପଡିଯିବା ସହ ଅନ୍ୟଜଣଙ୍କ ଉପରେ ବିଦ୍ୟୁତ ଖୁଣ୍ଟି ପଡିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଏହା ସହ ବାତ୍ୟା ପ୍ରଭାବକୁ ଦେଖି ଗୋଆକୁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି | ବିମାନବନ୍ଦରକୁ ବନ୍ଦ କରାଯିବ ସହ ସ୍ଥିତି ସୁଧୁରିବା ପରେ ଏହାକୁ ଖୋଲାଯିବ ବୋଲି କୁହାଯାଇଛି |

Cyclone Tauktae Could Become 'Very Severe Cyclonic Storm': IMD
The Quint

ତେବେ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ରାଜ୍ୟ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ରବିବାର ନିଜର ଶେଷ ବୁଲେଟିନରେ କହିଛି।

ଗୁଜୁରାଟରେ ଏନେଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୭୯ଟି ଟିମକୁ ନିୟୋଜିତ କରିଛି | ଏହା ସହ ୨୨ଟି ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି | ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି |

ସମ୍ବନ୍ଧିତ ଖବର