ଦୁଇଟି ଭିନ୍ନ କରୋନା ଟିକା ଗ୍ରହଣ କଲେ ଅଧିକ ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଏବେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହାର ପ୍ରଭାବୀ କ୍ଷମତା ନେଇ ନିରନ୍ତର ଗବେଷଣା ଜାରି ରହିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଗବେଷଣା ଟିମ୍‌ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦୁଇଟି ଅଲଗା କୋଭିଡ୍‌ ଟିକାକୁ ମିଶ୍ରଣ କରି ଗ୍ରହଣ କରିବା ବିପଜ୍ଜନକ ହୋଇନଥିଲେ ମଧ୍ୟ ଅଧିକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିବ। କିଛି ଲୋକଙ୍କଠାରେ ଉଭୟ ଅଷ୍ଟ୍ରାଜେନେକା ଟିକା ଏବଂ ଫାଇଜର ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ପ୍ରୟୋଗ କରାଯାଇଥିଲା। ସେମାନଙ୍କଠାରେ ଅଧିକ ମୁଣ୍ଡ ବ୍ୟଥା, କ୍ଲାନ୍ତି ଏବଂ ଘୋଳାବିନ୍ଧା ଦେଖିବାକୁ ମିଳିଥିଲା। ଭିନ୍ନ ଭିନ୍ନ ଟିକାର ମିଶ୍ରଣକୁ ନେଇ ଅଧିକ ଗବେଷଣା ଜାରି ରହିଥିବା ବେଳେ ଏହାଦ୍ବାରା ଭୂତାଣୁ ବିରୋଧରେ ପ୍ରତିରୋଧ କ୍ଷମତା ବଢ଼ୁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଟିକାର ଏଭଳି ମିଶ୍ରଣ କରି ଲୋକଙ୍କୁ ଦିଆଯିବା ସମ୍ଭବ ନୁହେଁ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର