ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପର ଝଟକା । ଭୋରୁ ଭୋରୁ ଭୂମିକମ୍ପରେ ଥରିଲା ମିଆଁମାର । ଭୋର ୩ଟା ୨୬ରେ ଲାଗିଛି ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ବୋଲି ଜଣାପଡିଛି । ଶୁକ୍ରବାର ମଧ୍ୟ ଅପରାହ୍ନ ୩ଟାରେ ମିଆଁମାରକୁ ଲାଗିଥିଲା ଭୂମିକମ୍ପର ଝଟକା । ୪.୮ ତୀବ୍ରତାର ଭୂକମ୍ପରେ ଥରିଥିଲା ମିଆଁମାର ।
ସେହିପରି ଦୁଇ ଦୁଇଟି ଭୂମିକମ୍ପରେ ଥରହର ହୋଇଛି ଆଫଗାନିସ୍ଥାନ । ଶନିବାର ଆଫଗାନିସ୍ଥାନକୁ ଲାଗିଛି ଭୂକମ୍ପର ଜୋରଦାର ଝଟକା । ବିଳମ୍ବିତ ରାତିରେ ଭୂମିକମ୍ପରେ ଆଫଗାନିସ୍ଥାନ ଥରିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୪.୦ । ଏବଂ ଏହା ପୂର୍ବରୁ ରାତି ଗୋଟାଏ ବେଳେ ଲାଗିଥିବା ଭୂକମ୍ପର ତୀବ୍ରତା ରହିଥିଲା ୪.୨ । ଭୂମିକମ୍ପ ପରେ ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଥିବା ବେଳେ ରାତିରେ ବି ବାହାରକୁ ବାହାରି ଆସିଥିଲେ ଲୋକେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/19/earth-2025-07-19-09-26-40.jpg)