ନୂଆଦିଲ୍ଲୀ : ଦିଲ୍ଲୀର ରାଣା ପ୍ରତାପ ବାଗ୍ରେ ରହୁଥିବା ଦୁଇ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ପୁଲିସ ନଷ୍ଟ ହୋଇ ଯାଇଥିବା ଦୁଇ ଶବକୁ ଉଦ୍ଧାର କରିଥିବା ବେଳେ ଖାଦ୍ୟ ଅଭାବ ଏବଂ ପ୍ରବଳ ଗରମ ପାଇଁ ଏଭଳି ହୋଇଥାଇ ପାରେ ବୋଲି କହିଛି ପୁଲିସ । ମୃତକମାନେ ହେଲେ ଚମନ ଲାଲ ଖୋସଲା ଏବଂ ରାଜ କୁମାରୀ । ବୁଧବାର କ୍ଷୀର ବିକାଳୀ ବୃଦ୍ଧଙ୍କ ଘର କବାଟ ବାଡ଼େଇବା ପରେ ନ ଖୋଲିବାରୁ ଘଟଣାଟି ସାମ୍ନାକୁ ଆସିଥିଲା ।
/sambad/media/post_attachments/wp-content/uploads/2019/06/elderly_brother_sister_found_dead_1560502729_725x725-300x185.jpg)
ପୁଲିସ ଦେଇଥିବା ସୂଚନା ମୁତାବକ, କ୍ଷୀର ବିକାଳିଜଣଙ୍କ କ୍ଷୀର ଦେବା ପାଇଁ କବାଟ ବାଢ଼େଇଥିବା ବେଳେ କେହି କବାଟ ଖୋଲି ନଥିଲେ । ଯାହା ପରେ ସେ ପଡ଼ୋଶୀଙ୍କୁ ଡ଼ାକି କବାଟ ଭାଙ୍ଗିବା ପରେ ଚମନ ଲାଲ ଏବଂ ରାଜ କୁମାରୀଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିଥିଲେ । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଖାଦ୍ୟ ଅଭାବ ଏବଂ ପ୍ରବଳ ଗରମ ପାଇଁ ଏଭଳି ହୋଇଥିବା ପୁଲିସ କହିଥିବା ବେଳେ ଶରୀରରେ କୌଣସି କ୍ଷତ ସ୍ଥାନ ନଥିବାରୁ ପ୍ରକୃତ କାରଣ ଖୋଜିବାରେ ଲାଗି ପଡ଼ିଛି ପୁଲିସ ।