ନୂଆଦିଲ୍ଲୀ: ଜୀବନରେ କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଖୁସିର ଅନୁଭବ ବହୁତ ନିଆରା ରହିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ରେସ୍ତୋରାଁରେ ଦୁଇଜଣ ମହିଳା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି।
ରେକ୍ସ ଚ୍ୟାପମ୍ୟାନ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏହି ଦୁଇ ମହିଳା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଖାଦ୍ୟ ଖାଇବାରେ ସାହାଯ୍ୟ କରୁଛନ୍ତି। ତେବେ ଭିଡିଓ ଦେଖି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଏହି ଭିଡିଓଟି ବ୍ରାଜିଲର ଏକ ରେସ୍ତୋରାଁର ହୋଇଥିବା ବେଳେ ଏହା କରୋନା ପୂର୍ବର ଘଟଣା ।
These two girls working at McDonalds helped a handicapped man who was struggling with his meal.
I needed this today...
pic.twitter.com/lYEig75S88— Rex Chapman🏇🏼 (@RexChapman) November 19, 2020
ଭାଇରାଲ ଭିଡିଓ ଅନୁଯାୟୀ, ଜଣେ ଦିବ୍ୟାଙ୍ଗ ମ୍ୟାକ୍ ଡୋନାଲ୍ଡକୁ ଖାଇବା ପାଇଁ ଆସିଥିଲେ । ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଖାଇବାରେ ଅସୁବିଧା ହେଉଥିଲା। ଏହା ଦେଖି ମ୍ୟାକ୍ ଡୋନାଲ୍ଡର ଦୁଇଜଣ କର୍ମଚାରୀ ଦିବ୍ୟାଙ୍ଗଙ୍କୁ ନିଜ ହାତରେ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି।