ଏଇ କଥାକୁ ନେଇ ବିଧା ଗୋଇଠା ମରାମରି ହେଲେ ମହାବିଦ୍ୟାଳୟର ଦୁଇ ଛାତ୍ରୀ, ଭିଡିଓ ଭାଇରାଲ୍

ନାସିକ୍: ସାମାନ୍ୟ କଥାକୁ ନେଇ ନାସିକର ଏକ ମହାବିଦ୍ୟାଳୟରେ ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହା ପରେ ବିଦ୍ୟାଳୟର ପଡିଆରେ ଦୁଇଜଣ ମାରପିଟ ଲାଗିଥିଲେ । ଫ୍ରି ଷ୍ଟାଇଲରେ ହୋଇଥିବା ଏହି ମାରପିଟ କ୍ୟାମେରାରେ କଏଦ ହେବାପରେ ଏବେ ଭାଇରାଲ୍ ହୋଇଚାଲିଛି ।

ଏହି ଘଟଣାଟି ନାସିକର କାନାଡା କର୍ଣ୍ଣର ଇଲାକାର ଏକ ନାମୀ ମହାବିଦ୍ୟାଳୟରେ ହୋଇଛି । ଏହି ସମୟରେ ଘଟଣାରେ ଉପସ୍ଥିତ ଛାତ୍ରମାନେ ଲଢେଇ ଲାଗୁଥିବା ଛାତ୍ରୀଙ୍କୁ ଛଡେଇବା ପରିବର୍ତ୍ତେ ଘଟଣାର ଭିଡିଓ ସୁଟିଂ କରିବାରେ ଲାଗିପଡିଥିଲେ । ଅବଶ୍ୟ କିଛି ସମୟ ପରେ ମହାବିଦ୍ୟାଳୟର ଅନ୍ୟ କିଛି ଛାତ୍ରୀ ଆସିଥିଲେ ଓ ଦୁଇଜଣଙ୍କୁ ଅଲଗା କରିଥିଲେ ।

 

ବିବାଦ କାହିଁକି ହୋଇଥିଲା ?

ଯାଞ୍ଚ କରିବାରୁ ଜଣା ପଡିଛି ଯେ ଦୁଇ ଛାତ୍ରୀଙ୍କ ମଧ୍ୟରେ ବିବାଦ ଡ୍ରେସକୁ ନେଇ ହୋଇଥିଲା । ଡ୍ରେସ୍ ବିବାଦ ଏତେ ବଢି ଯାଇଥିଲା ଯେ ପିଟାପିଟି ହେବା ପର୍ଯ୍ୟନ୍ତ ମାମଲା ଯାଇଥିଲା । ଘଟଣାର ଭିଡିଓ ସାମନାକୁ ଆସିବା ପରେ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଦୁଇଜଣଙ୍କୁ ଚେତାବନୀ ଦେଇ ଛାଡି ଦିଆଯାଇଛି ଓ ଦୁଇଜଣଙ୍କ ପରିବାରକୁ ଡକାଯାଇ ତାଗିଦ୍ କରାଯାଇଛି ।

ସମ୍ବନ୍ଧିତ ଖବର