ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଥାନା ପୁଲିସ ୫୩ଟି ମୋବାଇଲ ଫୋନ ଚୋରି ଅଭିଯୋଗରେ ଗୋ-ଏୟାରର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଦୁଇ ଅଭିଯୁକ୍ତ ସଚିନ ମାନବ ଏବଂ ସତିଶ ପାଲ ବୋଲି ଚିହ୍ନଟ କରାଯାଇଛି । କାର୍ଗୋରୁ ଜିନିଷ କାଢ଼ିବାର ଦାୟିତ୍ୱରେ ଥିବା ଦୁଇ କର୍ମଚାରୀ ଏକ ବ୍ୟାଗ୍ରେ ଥିବା ୫୩ଟି ମୋବାଇଲ ଫୋନ ଚୋରି କରି ନେଇଥିଲେ ।
oneindia.comପୁଲିସ ଉପାୟୁକ୍ତ ସଞ୍ଜୟ ଭାଟିଆଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୧୯ରେ ଏକ ମାଲବାହୀ କମ୍ପାନିର ପ୍ରବନ୍ଧକ କାର୍ଗୋରୁ ତାଙ୍କ କମ୍ପାନିର ୫୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ତଦନ୍ତ କରି ଗୋଏୟାରର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲା। ଦୁଇ ଜଣଙ୍କ ମଧ୍ୟରୁ ଜଣେ ୨୦୧୧ ଏବଂ ଜଣେ ୨୦୧୫ରେ ଗୋଏୟାରରେ ନିଯୁକ୍ତ ପାଇଥିଲେ ବୋଲି ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/x01-1433163692-goair-600-18-1511011827.jpg.pagespeed.ic_.j73jP9L7Yz.jpg)