୧୮ ମାସରେ ଆସିବ ପ୍ରତିଷେଧକ ଇଂଜେକସନ୍: ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଜିନପିଙ୍ଗ୍ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ଭାଇରସ୍ ମୁକାବିଲା ପାଇଁ ସାମିଲ ହେଲା ରୋବଟିକ୍ ସ୍ପ୍ରେୟର
ବେଜିଂ : ଜାପାନ ତଟରେ ଥିବା କ୍ରୁଜ୍ ଜାହାଜ ‘ପ୍ରିନ୍ସେସ ଡାଏମଣ୍ଡ’ର ଚାଳକ ଦଳରେ ଥିବା ୨ ଜଣ ଭାରତୀୟ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଜାପାନ ସରକାର ସ୍ପଷ୍ଟ କରିଛନ୍ତି। ଜାପାନ ସ୍ଥିତ ଭାରତୀୟ ଦୂତାବାସକୁ ଏ ସଂପର୍କରେ ଅବଗତ କରାଯିବା ସହ ସେମାନଙ୍କ ପରବର୍ତ୍ତୀ ଚିକିତ୍ସା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ଜାହାଜରେ ସମୁଦାୟ ୧୭୪ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ ଜଣ ଆମେରିକୀୟ ଅଛନ୍ତି। ଜାହାଜରେ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ଜଣେ ଅଧିକାରୀ ମଧ୍ୟ ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଭୟଙ୍କର କରୋନା ଭାଇରସ୍ ଯୋଗୁଁ ଚୀନ୍ରେ ମୃତ୍ୟୁସଂଖ୍ୟା ୧୧୦୦ ଟପିଲାଣି। ବୈଶ୍ବିକ ସ୍ତରରେ ୪୫,୧୭୨ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଚୀନ୍ ମେନଲାଣ୍ଡ୍ରେ ସବୁଠାରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ୧୧୧୫ ଜଣଙ୍କ ଭାଇରସ୍ରେ ମୃତ୍ୟୁ ହୋଇଥିବା ବେଳେ ଭାଇରସ୍ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ସିପିସି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଆଜି ଭାଇରସ୍ ନିୟନ୍ତ୍ରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ମଧ୍ୟ ଜିନପିଙ୍ଗ୍ ଅଧ୍ୟକ୍ଷତା କରିଥିଲେ। ଭାଇରସ୍ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବଳିଷ୍ଠ ଉଦ୍ୟମ ଜାରି ରହିଛି ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ୟପକ୍ଷେ କରୋନା ଭାଇରସ୍ ଚିକିତ୍ସା ପାଇଁ ପ୍ରତିଷେଧକ ଔଷଧ ଓ ଇଂଜେକସନ୍ ବାହାର କରିବାକୁ ବିଶ୍ବବ୍ୟାପୀ ସମସ୍ତ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମୁଖ୍ୟ ଆଜି କହିଛନ୍ତି ଯେ କରୋନା ଭାଇରସ୍ ପାଇଁ ପ୍ରଥମ ଇଂଜେକସନ୍ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ। ତେବେ ଭାଇରସ୍ ରୋକିବା ଦିଗରେ ଅନେକ କିଛି କରିବାକୁ ପଡ଼ିବ। ବର୍ତ୍ତମାନ ବି ଆମ ପାଖରେ ଭାଇରସ୍ ରୋକିବାପାଇଁ ବିଭିନ୍ନ ଉପାୟ ରହିଛି ବୋଲି ସେ କହିଛନ୍ତି।
ଭାଇରସ୍ ମୁକାବିଲା ପାଇଁ ସାମିଲ ହେଲା ରୋବଟିକ୍ ସ୍ପ୍ରେୟର
ବେଜିଂ : କରୋନା ଭାଇରସ୍ ପାଇଁ ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ବିଶେଷଜ୍ଞମାନେ ଭାଇରସ୍ ରୋକିବା ଦିଗରେ କେତେକ ବଡ଼ ପଦକ୍ଷେପ ନେଇଛନ୍ତି। ଚୀନ୍ରେ ଏବେ ଭାଇରସ୍ ରୋକିବାପାଇଁ ଏକ ରୋବଟିକ୍ ସ୍ପ୍ରେୟର ସାମିଲ ହୋଇଛି। ଚୀନ୍ ବିଶଷଜ୍ଞମାନେ ଏହି ରୋବଟିକ୍ ସ୍ପେୟରର ବିକାଶ କରିଛନ୍ତି। ଏହା କରୋନା ଭାଇରସ୍ ବ୍ୟାପିବାକୁ ଦେବନାହିଁ। ଏହି ମେସିନ୍ ପୂର୍ବରୁ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିଲା। ପୂର୍ବ ଚୀନ୍ର ଜିଆଙ୍ଗ୍ସୁ ପ୍ରଦେଶର ସୁଚୋ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏହି ନୂଆ ରୋବଟିକ୍ ସ୍ପ୍ରେୟର ଆରମ୍ଭ କରିଛନ୍ତି। ରିମୋଟ୍ ଦ୍ବାରା ପରିଚାଳିତ ଏହି ସ୍ପ୍ରେୟର ମେସିନ୍ ଘଣ୍ଟାକୁ ୭ କିମି ପର୍ଯ୍ୟନ୍ତ ଚାଲିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ship.jpg)