ନୂଆଦିଲ୍ଲୀ: ଗତମାସରେ ଗୁଇନ୍ଦା କର୍ମଚାରୀମାନେ ଦୁଇ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦେଇଥିବା ପ୍ରସଙ୍ଗରେ ଭାରତ ପାକିସ୍ତାନ ନିକଟରେ ଶନିବାର ଦିନ ଚିନ୍ତା ପ୍ରକଟ କରିଛି। ଏହି ଘଟଣାର ତଦନ୍ତ କରିବା ଏବଂ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ଯତ୍ନବାନ ହେବାକୁ ଭାରତ ପାକିସ୍ତାନକୁ କହିଛି।
ଇସ୍ଲାମାବାଦ ଠାରେ ଭାରତୀୟ ହାଇକମିସନ୍ଙ୍କ ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ଭାରତ ପାକିସ୍ତାନକୁ ନିଜର ଉଦ୍ବେଗ ଜଣାଇଛି।
ଏପ୍ରିଲ୍ ୨୫ ତାରିଖ ଦିନ ସିକ୍ୟୁରିଟି ମିସନ ସଂକ୍ରାନ୍ତରେ ଇସ୍ଲାମାବାଦକୁ ଡିମାର୍କରେ ଜଣାଇ ଦିଆଯାଇଛି।
ଏପ୍ରିଲ୍ ୧୭ ତାରିଖ ଦିନ ଲାହୋରସ୍ଥିତ ଗୁରୁଦ୍ୱାର ସଚା ସୌଦାର ଏକ କୋଠରିରେ ଦୁଇ ଜଣ କୂଟନୀତିଜ୍ଞଙ୍କୁ ପୂରାଇ ରଖି ହଇରାଣ ହରକତ କରିଥିବା କଥା ଗତ ମାସରେ ଭାରତ ପାକିସ୍ତାନକୁ ଏକ ନୋଟ୍ ଭର୍ବେଲ୍ ମାଧ୍ୟରେ ଜଣାଇଥିଲା।
ଭାରତୀୟ ଯାତ୍ରୀଙ୍କ ସୁବିଧା ନିମନ୍ତେ ଗୁରୁଦ୍ୱାର ଠାରେ ଥିବା ଦୁଇ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦିଆଯାଇ ସେ ଅଞ୍ଚଳକୁ ଆଉ ନ ଆସିବାକୁ ଧମକ ଦେଇଥିଲେ।
ପ୍ରାୟ ୧୫ ଜଣ ପାକିସ୍ତାନୀ ଗୁଇନ୍ଦା ସେମାନଙ୍କୁ ଗୋଟାଏ କୋଠରିରେ ବନ୍ଦ କରି ସେମାନଙ୍କ ବ୍ୟାଗ୍ ଆଦି ତଲାସ କରିବା ସହ ବିଭିନ୍ନ କଥା ପଚାରିଥିଲେ।
ଏ ବର୍ଷ ପ୍ରାରମ୍ଭରେ ମଧ୍ୟ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆ ଯାଇଥିବା ସଂକ୍ରାନ୍ତରେ ଚିନ୍ତା ଉଦ୍ରେକ କରିଥିଲା।
ପାକିସ୍ତାନ ଗୁରୁଦ୍ୱାରରେ ଦୁଇ ଭାରତୀୟ କୂଟନୀତିଜ୍ଞଙ୍କୁ ପୂରାଇ ନିର୍ଯାତନା
/sambad/media/post_attachments/wp-content/uploads/2019/05/0df32a2f628d31ea003d46cae6d507f9.jpg)