ବେଙ୍ଗାଲୁରୁ ଆକାଶରେ ପରସ୍ପର ମଧ୍ୟରେ ଧକ୍କା ଏଡ଼ାଇଲେ ଦୁଇ ଉଡ଼ନ୍ତା ଇଣ୍ଡିଗୋ ବିମାନ

ବେଙ୍ଗାଲୁରୁ: ଜୁଲାଇ ୧୦ ତାରିଖ ମଙ୍ଗଳବାର ଦିନ ବେଙ୍ଗାଲୁରୁ ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ମଧ୍ୟରେ ଧକ୍କା ଖାଇବା ପୂର୍ବରୁ ବର୍ତ୍ତିଯାଇଛନ୍ତି। ଫଳରେ ପ୍ରାୟ ୩୩୦ ଜଣ ଯାତ୍ରୀଙ୍କ ଜୀବନ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛି।

ରେଗୁଲେଟର୍‌ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇ ଦିଆଯାଇଛି ବୋଲି ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ କହିଛି।

ବିମାନ ଦୁଇଟି ପ୍ରାୟ ୪ ମାଇଲ୍‌ ଦୂରରେ ଥିଲେ ଏବଂ ପରସ୍ପର ମଧ୍ୟରେ ଥିଲା ୨୦୦ ମିଟର୍‌ ଉଚ୍ଚ ବ୍ୟବଧାନ। ଉଭୟ ବିମାନ ମଧ୍ୟରେ ଟ୍ରାଫିକ୍‌ କୋଲିସନ୍‌ ଆଭଏଡାନ୍‌ସ୍‌ ସିଷ୍ଟମ୍‌ ଟ୍ରିଗର୍‌ ହେବା ପରେ ସେମାନେ ସ୍ୱାଭାବିକ ପ୍ରକ୍ରିୟା ଅନୁସରଣ କରିଥିଲେ।

ବିମାନ ଦୁଇଟି କୋଏମ୍ବାଟୁର୍‌-ହାଇଦ୍ରାବାଦ ଏବଂ ବାଙ୍ଗାଲୋର୍‌-କୋଚିନ୍‌ ରୁଟ୍‌ରେ ଯାଉଥିଲେ। ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବିମାନରେ ଥିଲେ ୧୬୨ ଜଣ ଯାତ୍ରୀ। ଅନ୍ୟ ବିମାନଟିରେ ଥିଲେ ୧୬୬ ଜଣ ଯାତ୍ରୀ। ଏ କଥା ନିଶ୍ଚିତ କରି କହିଛନ୍ତି ଇଣ୍ଡିଗୋର ଜଣେ ମୁଖପାତ୍ର।

କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ ଆରମ୍ଭ କରିବେ ବୋଲି ଇଣ୍ଡଷ୍ଟ୍ରି ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର