ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାର ଦୁଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

ନୂଆଦିଲ୍ଲୀ: ଅନୁସନ୍ଧାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ୨୦୧୯ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଦେଶବ୍ୟାପୀ ୯୬ ଜଣ ପୋଲିସଙ୍କୁ ପଦକ ପ୍ରଦାନ କରାଯାଇଛି । ଏଥିରେ ସାମିଲ ଅଛନ୍ତି ଓଡିଶାରୁ ଦୁଇ ଆରକ୍ଷୀ ଅଧିକ୍ଷକ-ଡଃ କନୱର ବିଶାଲ ସିଂ ଓ ମାଡକାର ସନ୍ଦୀପ ସମ୍ପତ । ପଦକ ପାଇଥିବା ପୋଲିସ  ଅଧିକାରୀମାନଙ୍କ ମଧ୍ୟରୁ ସର୍ବାଧିକ ୧୫ ଜଣ ରହିଛନ୍ତି ସିବିଆଇରୁ, ୧୧ ଜଣ ମହାରାଷ୍ଟ୍ର ପୋଲିସରୁ, ୧୦ ଜଣ ଉତ୍ତର ପ୍ରଦେଶରୁ, ୯ ଜଣ କେରଳ ପୋଲିସରୁ, ୮ ଜଣ ମଧ୍ୟ ପ୍ରଦେଶ ପୋଲିସରୁ, ୬ ଜଣ ଦିଲ୍ଲୀ ପୋଲିସ ଓ କର୍ଣ୍ଣାଟକ ପୋଲିସରୁ ଏବଂ ଅନ୍ୟମାନେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରୁ । ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ପୋଲିସ ପଦାଧିକାରୀ ରହିଛନ୍ତି ।

ଏହି ମେଡାଲ ୨୦୧୮ରୁ ପ୍ରଦାନ କରାଯାଉଛି ଏବଂ ଏହାର ଉଦେ୍ଦଶ୍ୟ ହେଉଛି ଅପରାଧିକ ଅନୁସନ୍ଧାନ ନିମନ୍ତେ ଉଚ୍ଚ ବୃତିଗତ ସ୍ତରକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀ ପଦାଧିକାରୀମାନଙ୍କ ମଧ୍ୟରେ ଥିବା ଏହି ଉକ୍ରର୍ଷତାକୁ ସ୍ୱୀକୃତି ପ୍ରଦାନ କରିବା ।

ସମ୍ବନ୍ଧିତ ଖବର