ବାଇକ ଚଲାଉଥିବା ‌ସମୟରେ ବାଳକଙ୍କ ଶରୀରରେ ପଶିଲା ୪୦ଫୁଟ ଲମ୍ବର ଦୁଇଟି ଲୁହରଡ

ନୂଆଦିଲ୍ଲୀ: ହରିୟାଣାରେ ରୋହତକର ଡାକ୍ତରମାନେ ଏକ ନିଆରା ଅସ୍ତ୍ରୋପଚାର କରିଛନ୍ତି। ଡାକ୍ତରମାନେ ଜଣେ ଯୁବକଙ୍କ ଛାତିରେ ଲୁହା ରଡ଼ ପଶି ଯାଇଥିବା ବେଳେ ୫ଘଣ୍ଟା ଅସ୍ତ୍ରୋପଚାର କରି ତାକୁ ବାହାର କରିଛନ୍ତି।

ଶୁକ୍ରବାର ରାତି ୯ ଟାରୁ ୨ ଟା ପର୍ଯ୍ୟନ୍ତ କାର୍ଡିଓ ସର୍ଜରୀ ବିଭାଗରେ ୧୮ ବର୍ଷୀୟ କରଣଙ୍କ ଶରୀରରୁ ସଫଳତାର ସହ ଲୁହାରଡ଼କୁ ବାହାର କରାଯାଇଥିଲା।

ପ୍ରାୟ ୫ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ କାର୍ଡିଓ ସର୍ଜରୀ ଏବଂ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ନିଜ ଉଦ୍ୟମରେ ଏହି ଅନନ୍ୟ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି। ବର୍ତ୍ତମାନ ରୋଗୀର ଅବସ୍ଥା ବିପଦ ମୁକ୍ତ ଅଛି। ଏହି ସଫଳ ଅସ୍ତ୍ରୋପଚାର ପରେ ରୋଗୀଙ୍କ ବାପା ଡାକ୍ତରମାନଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି।

युवक के सीने से आरपार लोहे के सर‍िये.

ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘରୁ ବାହାରି ଯୁବକ କରଣ ବାଇକ ଯୋଗେ ତେଲ ଆଣିବାକୁ ବଜାରକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଲୁହାରଡ଼ ଭର୍ତ୍ତି ଏକ ଗାଡ଼ି ସହିତ ତାଙ୍କର ଧକ୍କା ହୋଇ ଯାଇଥିଲା। ଧକ୍କା ହେବା ପରେ ତାଙ୍କ ଛାତି ଦୁଇଟି ଲୁହାରଡ଼ ପଶି ଯାଇଥିଲା।

ଗ୍ରାମବାସୀମାନେ ଉପସ୍ଥିତ ବୁଦ୍ଧି ଖଟାଇ ସଠିକ ସମୟରେ ଲୁହାରଡ଼ କାଟି କରଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଡାକ୍ତରମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯଦି ଏପରି ଘଟଣା କାହା ସହିତ ଘଟେ, ତେବେ ରୋଗୀର ଶରୀର ଦେଇ ଯାଇଥିବା କୌଣସି ଲୁହା ରଡ ଏବଂ ଅନ୍ୟାନ୍ୟ ତୀକ୍ଷ୍ଣ ଜିନିଷକୁ ବାହାର କରିବାକୁ ଚେଷ୍ଟା ନକରି ଉକ୍ତ ବ୍ୟକ୍ତିଙ୍କୁ ସିଧା ଡାକ୍ତରଖାନା ନେଇ ଆସନ୍ତୁ। ଯଦ୍ବାରା ରୋଗୀଙ୍କ ଜୀବନ ବଞ୍ଚିଯିବ।

ସମ୍ବନ୍ଧିତ ଖବର