ଅନନ୍ତନାଗ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଳାରେ ଗୁରୁବାର ସୁରକ୍ଷା କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଗୁରୁତର ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୨ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଅନନ୍ତନାଗ ଡିସି ଅଫିସ୍‌ ବାହାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

Advertisment

ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ସୁରକ୍ଷା ବାହିନୀ ଗୁରୁବାର ଦକ୍ଷିଣ ଓ ମଧ୍ୟ କଶ୍ମୀରର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଅଭିଯାନ ଚଳାଇଥିଲେ। ଏହି ଅଭିଯାନ ମାଧ୍ୟମରେ ଘାଟିରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ଯବାନମାନେ ଉଦ୍ୟମ କରିଛନ୍ତି।