ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମାଓବାଦୀଙ୍କ ହିଂସାକାଣ୍ଡରେ ଦୁଇ ଯବାନ ସହିଦ ଓ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଆଇଟିବିପି ପୁଲିସ ଫୋର୍ସର ଜଣେ ଯବାନଙ୍କ ସମେତ ଦୁଇ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏନେଇ ବସ୍ତର ପୁଲିସ ଆଇଜି ସୁନ୍ଦରରାଜ ପି ସ୍ପଷ୍ଟ କରିଛନ୍ତି।
ନାରାୟଣପୁର ଜିଲ୍ଲାର ସୋନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଜଣେ ଆଇଟିବିପି ଯବାନ ଏବଂ ଜଣେ ଡିଆରଜି ଯବାନଙ୍କ ମୃତ୍ୟୁ ଘଟିଛି। ଏଥିସହିତ କୁକରାଜ ପୁଲିସ ଷ୍ଟେସନ ଅଞ୍ଚଳରେ ଛତିଶଗଡ଼ ସଶସ୍ତ୍ର ବାହିନୀର ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି।
ଆଇଟିବିପିର ୫୩ତମ ବାଟାଲିୟନର ଯବାନ ସୋନେପୁର ପୁଲିସ ଥାନା ଅଞ୍ଚଳରେ ମାଓ ଦମନ ଅପରେସନରେ ବାହାରିଥିଲେ। ତେବେ ସର୍ଚ ଅପରେସନ ବେଳେ ମାଓବାଦୀ ଖଞ୍ଜିଥିବା ପାଇପ ବୋମା ବିସ୍ଫୋରଣରେ ଦୁଇ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସହିଦ ଯବାନଙ୍କ ନାଁ ଆଇଟିବିପିର ଏଲ ବାଲାଚନ୍ଦ୍ର ଏବଂ ଡିଆରଜି ଯବାନ କାନକର ଉସେଣ୍ଡି । ଆହତ ଯବାନ ବାଙ୍କେଶ୍ୱର ପାଇକରାୟଙ୍କୁ ଅଧିକା ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ସମ୍ବନ୍ଧିତ ଖବର